ଥାନା ପରିସରରେ ପ୍ରଜାକୋର୍ଟ, ବୃଦ୍ଧ ଓ ଯୁବକଙ୍କୁ ୨ ମହିଳାଙ୍କ ନିସ୍ତୁକ ମାଡ଼
ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମ ଜନିତ ଘଟଣାକୁ ନେଇ ଥାନା ପରିସରରେ ବସିଲା ପ୍ରଜାକୋର୍ଟ । ଘଟଣାର ସମାଧାନ ବେଳେ ବୃଦ୍ଧ ଓ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ୨ ମହିଳା ।
ସୂଚନା ଯେ, ସୋର ଥାନା କେଦାରପୁର ଅଞ୍ଚଳର ୨ଜଣ ମହିଳାଙ୍କୁ କୋଦଣ୍ଡପୁରର ଜଣେ ଯୁବକ ବାରମ୍ବାର ଫୋନ୍ କରି ପ୍ରେମ ନିବେଦନ କରୁଥିଲେ । ଏପରିକି ଫୋନ୍ରେ ଅଶ୍ଳୀଳ ଭାଷା ସହ ଗାଳି ଗୁଲଜ ମଧ୍ୟ କରୁଥିଲେ । ଏନେଇ ସୋର ଥାନାରେ ପୂର୍ବରୁ ଲିଖିତ ଭାବେ ଅଭିଯୋଗ ହୋଇଥିଲା । ଗତ ରବିବାର ରାତିରେ ଥାନା ପରିସରରେ ଥିବା ମଣି ମନ୍ଦିରରେ ଘଟଣାର ସମାଧାନ ହେଉଥିଲା। ମାତ୍ର ଏହି ସମୟରେ ଗଣ୍ଡଗୋଳ ଘଟିଥିବାର ଦେଖିବାକୁ ମିଳିଛି ।
