ପାଗ ଖରାପ ଯୋଗୁଁ କେଦାରନାଥ ସହ ରଦ୍ଦ ହେଲା ଚାରିଧାମ ଯାତ୍ରା
ନୂଆଦିଲ୍ଲୀ : ପାଣିପାଗ ବିଭାଗର ଆଲର୍ଟ ପରେ ପୋଲିସ୍ ପ୍ରଶାସନ ଚାରିଧାମ ଯାତ୍ରାକୁ ଦୁଇଦିନ ପାଇଁ ଅସ୍ଥାୟୀ ରୂପରେ ବନ୍ଦ କରିଦେଇଛି । ଏହାଦ୍ୱାରା ଗୌରୀକୁଣ୍ଡରୁ କେଦାରନାଥ ଧାମ ଯାଉଥିବା ଯାତ୍ରୀଙ୍କୁ ଗୌରୀକୁଣ୍ଡ ଅଥବା ସୋନପ୍ରୟାଗରେ ରୋକାଯାଇଛି । ପୋଲିସ୍ ପ୍ରଚାର ମାଧ୍ୟମରେ ତୀର୍ଥଯାତ୍ରୀଙ୍କୁ କହିଛି ଯେ, ଯିଏ ଯେଉଁଠାରେ ଅଛନ୍ତି ସେହିଠାରେ ରହିଯିବା ପାଇଁ ସଲାହ ଦେଇଛି ।
ପାଣିପାଗ ବିଭାଗ ରୁଦ୍ରପ୍ରୟାଗ ସହିତ ଅନ୍ୟ ଜନପଦରେ ୧୮ ଏବଂ ୧୯ ଅକ୍ଟୋବରକୁ ପ୍ରବଳ ବର୍ଷାର ରେଡ଼ ଆଲର୍ଟ ଜାରି କରିଛି । ପାଣିପାଗ ବିଭାଗ ଅନୁଯାୟୀ ଏହି ଦୁଇଦିନରେ କେତେକ ସ୍ଥାନରେ ଜବରଦସ୍ତ ବର୍ଷା ହେବ । ଏହି କାରଣରୁ ରାସ୍ତା ବନ୍ଦହୋଇପାରେ । ଜିଲ୍ଲାଧିକାରୀ ମନୁଜ ଗୋୟଲ କହିଛନ୍ତି ଯେ ତାଙ୍କୁ ସ୍ପଷ୍ଟ ରୂପରେ ନିର୍ଦ୍ଦେଶ ମିଳିଛି ଯେ ତୀର୍ଥଯାତ୍ରୀଙ୍କୁ କେଦାରନାଥ ଧାମର ଯାତ୍ରାରେ ଯିବାକୁ ନଦିଆଯାଏ । ସେ କହିଛନ୍ତି ଯେ ଗୌରୀକୁଣ୍ଡରୁ କେଦାରନାଥ ଧାମ ଯାଉଥିବା ଯାତ୍ରୀଙ୍କୁ ଗୌରୀକୁଣ୍ଡ ବା ସୋନପ୍ରୟାଗରେ ରୋକିଦିଆଯିବ । ଗୌରୀକୁଣ୍ଡରୁ ଚାଲିକରି ଯାଉଥିବା ତୀର୍ଥଯାତ୍ରୀଙ୍କୁ ପାଗ ସଫା ହେବାପର୍ଯ୍ୟନ୍ତ ସେହି ସ୍ଥାନରେ ରୋକିଦିଆଯିବ । ସେ କହିଛନ୍ତି ଯେ ପୋଲିସ ପ୍ରଶାସନ ତୀର୍ଥଯାତ୍ରୀଙ୍କୁ ଏହା ନିର୍ଦ୍ଦେଶ କରିଛି ଯେ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହିଯିବାକୁ । ପାଗ ସଫା ହେବାମାତ୍ରେ କେଦାରନାଥ ଧାମର ଯାତ୍ରା ପୁଣିଥରେ ସ୍ଥାୟୀ ରୂପରେ ସୂଚନା ଦିଆଯିବ ।
