ଶରୀରରେ ପ୍ରୋଟିନ ଅଭାବ ଦୂର କରିବା ପାଇଁ ସେବନ କରନ୍ତୁ ଏହି ଜିନିଷ
ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ ନିୟମିତ ପ୍ରୋଟିନର ଆବଶ୍ୟକତା ରହିଛି । ପ୍ରୋଟିନ୍ ଏଭଳି ଏକ ମାଇକ୍ରୋନ୍ୟୁଟ୍ରିଏଣ୍ଟଓ ଯାହା ଶରୀର ସଂଚାଳନକୁ ଠିକ୍ ରଖିବାରେ ସହାୟକ ହୋଇଥାଏ । ୱର୍କଆଉଟ ଏବଂ ଆଥଲେଟ୍ସଙ୍କ ପାଇଁ ପ୍ରୋଟିନ୍ ନିହାତି ଜରୁରୀ । ଆପଣ ଖାଦ୍ୟପାନୀୟରୁ ମଧ୍ୟ ପ୍ରୋଟିନର ଅଭାବକୁ ପୁରଣ କରିପାରିବେ । ପ୍ରୋଟିନ୍ ଦ୍ୱାରା ଶରୀରରେ ସମସ୍ତ ଜରୁରୀ ଏମିନୋ ଏସିଡ ସୃଷ୍ଟି ହୋଇଥାଏ । ଶିଶୁଙ୍କଠୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପ୍ରୋଟିନର ଆବଶ୍ୟକତା ରହିଛି । ଆପଣ ଭୋଜନରେ ପ୍ରୋଟିନ ଯୁକ୍ତ ଖାଦ୍ୟ ପଦାର୍ଥ ସାମିଲ କରିପାରିବେ ।
ପ୍ରୋଟିନର ସବୁଠାରୁ ଭଲ ଉତ୍ସ ହେଉଛି ଅଣ୍ଡା । ୱାର୍କଆଉଟ କରୁଥିବା ବ୍ୟକ୍ତି ଦିନରେ ୩ ରୁ ୪ ଟି ଅଣ୍ଡା ଖାଇ ପାରିବେ । ସୁସ୍ଥ ରହିବା ପାଇଁ ଶରୀର ପାଇଁ ଅତିକମରେ ଗୋଟେ ଅଣ୍ଡା ଜରୁରୀ । ଅଣ୍ଡାରେ ଅନ୍ୟ ପୋଷକ ତତ୍ୱ ମଧ୍ୟ ଭରପୁର ହୋଇ ରହିଥାଏ । ପ୍ରୋଟିନର ଅଭାବ ଅନୁଭବ ହେଲେ ନିଜ ଖାଦ୍ୟରେ ପ୍ରୋଟିନ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ନିୟମିତ ଭାବରେ ନିଜ ଡାଏଟରେ ଅଣ୍ଡା, କ୍ଷୀର ଜାତୀୟ ପଦାର୍ଥ, ସୋୟା, ପଣସ, ଅଙ୍କୁରିତ ଶସ୍ୟ, ଚିକେନ ଆଦିକୁ ସାମିଲ କରନ୍ତୁ ।
ସୋୟାବିନ୍ ମଧ୍ୟ ପ୍ରୋାଟନିର ଭଲ ଉତ୍ସ । ନିୟମିତ ଆପଣ ସୋୟାବିନ୍ ସେବନ କରିପାରିବେ । ଏହା ଶରୀର ପାଇଁ ଖୁବ୍ ଭଲ ।
ପନୀର ଦ୍ୱାରା ମଧ୍ୟ ପ୍ରୋଟିନ ଅଭାବକୁ ଦୂର କରାଯାଇ ପାରିବ । ପନୀରରୁ ମଧ୍ୟ ପ୍ରୋଟିନ୍ ମିଳିଥାଏ ।
ଖୀରରେ ପ୍ରୋଟିନ ସମେତ ଅନ୍ୟ ପୋଷକ ତତ୍ୱ ମଧ୍ୟ ମିଳିଥାଏ । ନିୟମିତ ଖୀର ପିଇବା ଦ୍ୱାରା ପ୍ରୋଟିନର ଅଭାବକୁ ଦୂର କରାଯାଇ ପାରିବ ।
ପ୍ରୋଟିନରେ ଭରପୁର ହୋଇଥାଏ ଡାଲି । ଏଥିରେ ହାଇ ପ୍ରୋଟିନ ଥାଏ । ଆପଣ ଆପଣଙ୍କ ନିୟମିତ ଖାଦ୍ୟରେ ଡାଲି ସାମିଲ କରି ପାରିବେ । ଏହାବ୍ୟତିତ ଆପଣ ରାଜମା ଏବଂ ଛୋଲେ ମଧ୍ୟ ଖାଇ ପାରିବେ ।
ଚିନା ବାଦାମ ଖାଇବା ଦ୍ୱାରା ମଧ୍ୟ ଶରୀରକୁ ପ୍ରୋଟିନ୍ ମିଳିଥାଏ । ବାଦାମରେ କ୍ୟାଲୋରୀ, ଭିଟାମିନ୍ ଏବଂ ପ୍ରୋଟିନ ଥାଏ । ବାଦାମ ସେବନ କରିବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣା ପୋଷଣ ମିଳିଥାଏ ।
ଡ୍ରାଏ ଫ୍ରୁଟ୍ସରେ ମଧ୍ୟ ପ୍ରୋଟିନ୍ ରହିଛି । ପ୍ରୋଟିନ ପାଇଁ ଆପଣ କାଜୁ ବାଦାମ ଖାଇ ପାରିବେ ।
ସେହିପରି ଆପଣ ମାଛ, ଚିକେନ, ମଟନ୍ ଆଦି ଖାଇବା ଦ୍ୱାରା ମଧ୍ୟ ଶରୀରରେ ପ୍ରୋଟିନର ଅଭାବ ଦୂର ହୋଇ ପାରିବ ।
କାହିଁକି ଜରୁରୀ ପ୍ରୋଟିନ :
ପ୍ରୋଟିନରେ ଅକ୍ସିଜେନ, ନାଇଟ୍ରୋଜେନ, ହାଇଡ୍ରୋଜେନ ପରି ତତ୍ତ୍ୱ ପ୍ରଚୁର ମାତ୍ରାରେ ଥାଏ । ଏଥିପାଇଁ ଖାଦ୍ୟରେ ପ୍ରୋଟିନ ନେବା ଦ୍ୱାରା ଇମ୍ୟୁନିଟି ବି ବୃଦ୍ଧି ହୋଇଥାଏ । ଏହାଦ୍ୱାରା ଶରୀରକୁ ଉଭୟ ଭିତରୁ ଓ ବାହାରୁ ଶକ୍ତି ମିଳିଥାଏ । ହେଲ୍ଥ ଏକ୍ସପର୍ଟଙ୍କ ଅନୁଯାୟୀ, “ପ୍ରୋଟିନ ଶରୀରରେ କୋଷିକାଗୁଡିକୁ ନିର୍ମାଣ କରିବା ସହ ଏହାକୁ ମରାମତ କରିଥାଏ ।
କେମିତି ଜାଣିବେ ଆପଣଙ୍କ ଶରୀରରେ ପ୍ରୋଟିନ ମାତ୍ରା କମିଯାଇଛି :
ଥକ୍କା ପଣ ଅନୁଭବ ହେଲେ
କେଶ ଓ ନଖ ଦୁର୍ବଳ ହୋଇ ଝରିପଡ଼ିଲେ
କେଶର ରୁକ୍ଷପଣ ବଢିଲେ
ମାଂସପେଶି ଦୁର୍ବଳ ହୋଇପଡିଲେ
ହାଡ଼ ଦୁର୍ବଳ ହୋଇ ଭାଙ୍ଗିଲେ
ବାରମ୍ବାର ଇନଫେକ୍ସନ ହେଲେ
ଶରୀରରେ ପ୍ରୋଟିନ କମିଲେ ଫ୍ୟାଟି ଲିଭର ବଢିଲେ
ବନ୍ଧୁଗଣ ନମସ୍କାର । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।
