ଫୁଟବଲ ଷ୍ଟାଡିୟମରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ୪ ଆହତ
ୱାଶିଂଟନ୍ : ଆମେରିକାର ଆଲାବାମା ସ୍ଥିତ ଏକ ଫୁଟବଲ ଷ୍ଟାଡିୟମରେ ଜଣେ ଅଜ୍ଞାତ ଆକ୍ରମଣକାରୀଙ୍କ ହଠାତ୍ ଗୁଳିରେ ଚଳାଇଥିଲେ । ଏହି ଗୁଣି କାଣ୍ଡରେ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ୨ଜଣ ନାବାଳକ ଅଛନ୍ତି। ତେବେ ସୂଚନା ଅନୁଯାୟୀ, ଏହି ଘଟଣା ମୋବାଇଲ୍ ସିଟିର ଲେଡ୍-ପିବଲ୍ସ ଷ୍ଟାଡିୟମରେ ଘଟିଛି। ଏହି ସମୟରେ ଦୁଇଟି ହାଇସ୍କୁଲ ଟିମ୍ ମଧ୍ୟରେ ଏକ ଫୁଟବଲ ମ୍ୟାଚ୍ ଖେଳାଯାଉଥିଲା ।
ଷ୍ଟାଡିୟମରେ ମ୍ୟାଚ୍ ଶେଷ ହେବାକୁ ଯାଉଥିବା ଗୁଳି ଚଲାଇ ଯାଇଥିଲା। ଏନେଇ ପୋଲିସ କହିଛି ଯେ ଆକ୍ରମଣକାରୀ ୫ ରୁ ୭ ଗୁଳି ଚଳାଇଛନ୍ତି। ଗୁଳିର ଶବ୍ଦ ଶୁଣି ଖେଳାଳି ଏବଂ ଦର୍ଶକଙ୍କ ମଧ୍ୟରେ ଦୌଉଡି ପଳାଇଥିଲେ । ଘଟଣାର ଭିଡିଓ ଫୁଟେଜରେ ଏହା ଦେଖିବାକୁ ମିଳେ ଯେ ଷ୍ଟାଡିୟମରେ ଖେଳାଳିମାନେ ଭୂମିରେ ପଡ଼ିଥିବାର ନଜର ଆସୁଥିବା ବେଳେ ଷ୍ଟାଡିୟମରେ ଲୋକମାନେ କିପରି ଭୟଭୀତ ହେଉଛନ୍ତି ସେହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ପୋଲିସ ଅନୁମାନ କରୁଛି ଯେ ଏହି ଆକ୍ରମଣରେ ଜଣେ ସାମିଲ ନାହିଁ । ଗୁଳି କେବଳ ଜଣକ ଦ୍ୱାରା କରାଯାଇଥାଇ ପାରେ ହେଲେ ଏଥିରେ ଅନେକ ଲୋକ ଏଥିରେ ହୋଇ ଥାଇପାରନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ରମଣକାରୀ ବିଷୟରେ ପରିଚୟ ମିଳିନାହିଁ।
