ଟି-୨୦ ବିଶ୍ୱକପ୍ : ୨ୟ ମ୍ୟାଚ୍ରେ ବାଂଲାଦେଶକୁ ୧୪୧ ରନ୍ର ବିଜୟ ଲକ୍ଷ୍ୟ ଦେଲା ସ୍କଟଲାଣ୍ଡ
ଓମାନ: ଆଇସିସି ଟି-୨୦ ବିଶ୍ୱକପ୍ ବିଗୁଲ୍ ବାଜି ସାରିଛି। ରବିବାର ଟୁର୍ଣ୍ଣାମେଣ୍ଟର ୨ୟ ମ୍ୟାଚ୍ରେ ଆମିରାତ୍ କ୍ରିକେଟ୍ ପଡ଼ିଆରେ ଟସ୍ ଜିଣି ବାଂଲାଦେଶ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଟିମ୍ର ବୋଲରମାନେ ସ୍କଟଲାଣ୍ଡକୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନାହାନ୍ତି। ସ୍କଟଲାଣ୍ଡ ୨୦ ଓଭରରେ ୯ଓ୍ଵିକେଟ୍ ହରାଇ ୧୪୦ ରନ୍ କରିଛି। ଫଳରେ ବାଂଲାଦେଶକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୪୧ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ସ୍କଟଲାଣ୍ଡର ଖେଳାଳି ବାଂଲାଦେଶର ବୋଲମାନଙ୍କ ଦ୍ୱାରା ବିପର୍ଯ୍ୟୟର ଶିକାର ହୋଇଥିଲେ। ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜର୍ଜ ମୁନ୍ସୀ ୨୯ ରନ୍ କରିଥିଲେ। ଏଥି ପାଇଁ ସେ ୨୩ଟି ବଲ ଖେଲି ୨ଟି ଚୌକା ଓ ୨ଟି ଛକା ମାରିଥିଲେ। ଅଧିନାୟକ କାଏଲେ କୋଟଜର ୭ଟି ବଲ୍ର ସାମ୍ନା କରି ଖାତା ଖୋଲିପାରି ନଥିଲେ। ମ୍ୟାଥୁସ୍ କ୍ରସ୍ ୧୧ ରନ୍, ରିଚ୍ଲେ ବେରିଂଟନ୍ ୨ ରନ୍, କାଲୁମ୍ ମ୍ୟାକ୍ଲର୍ଡ ୫ ରନ୍ କରିଥିଲେ। ତେବେ ଇନିଂସର ଶେଷ ପର୍ଯ୍ୟାୟରେ କ୍ରସ୍ ଗ୍ରେଭ୍ସ ୪୫ ରନ୍ କରିଥିବା ବେଳେ ମାର୍କ ଓ୍ଵାଟ୍ ୧୭ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୨୨ ରନ୍ ଯୋଡ଼ିଥିଲେ। ବାଂଲାଦେଶ ପକ୍ଷରୁ ମେହନ୍ଦି ହାସନ୍ ସର୍ବାଧିକ ୩ଟି ଓ୍ଵିକେଟ୍ ଅକ୍ତିଆର କରିଥିଲେ। ଶାକିବ୍ ଅଲ୍ ହାସନ୍ ଓ ମୁସ୍ତାଫିଜୁର ରହମାନ୍ ୨-୨ଟି ଓ୍ଵିକେଟ୍ ନେଇଥିବା ବେଳେ ଦ୍ରୁତ ବୋଲର ତସ୍କିନ୍ ଅହମଦ୍ ଓ ମହମଦ୍ ସଫିଉଦ୍ଦୀନ୍ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
