ଜମ୍ମୁ-କାଶ୍ମୀରରେ ୬ ଦିନର ଏନକାଉଣ୍ଟରରେ ୯ ଯବାନ ସହିଦ
ଶ୍ରୀନଗର : ଜମ୍ମୁ-କାଶ୍ମୀର ରାଜୌରୀ-ପୁଞ୍ଚ ସୀମାନ୍ତ ଘନ ଜଙ୍ଗଲରେ ଗତ ୬ ଦିନ ହେଲା ଏନକାଉଣ୍ଟର ଜାରି ରହିଛି । ଫଳରେ ଜମ୍ମୁ-କାଶ୍ମୀର ଏବେ ଅଶାନ୍ତ ହୋଇପଡିଛି । ଶନିବାର ସର୍ଚ୍ଚ ଅପରେସନ ସମୟରେ ଜଣେ ଜିଇଓଙ୍କ ସହିତ ୨ ସୈନିକଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ବିଗତ ୬ଦିନର ଏନକାଉଣ୍ଟରରେ ମୋଟ ୯ ଯବାନ ସହିତ ହୋଇଛନ୍ତି ।
ପୁଞ୍ଚର ସୁରନକୋଟ ଜଙ୍ଗଲରେ ସୋମବାର ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଥାନାମଣ୍ଡିରୁ ପୁଞ୍ଚର ମେଣ୍ଡର ପର୍ଯ୍ୟନ୍ତ ଏନକାଉଣ୍ଟର କରାଯାଇଥିଲା । ତେବେ ପୂର୍ବରୁ ରାଇଫଲ୍ ମ୍ୟାନ ବିକ୍ରମ ସିଂହ ନେଗୀ ଓ ଯୋଗମ୍ବର ସିଂହଙ୍କର ନାର ଖାସ ବନ ଏନକାଉଣ୍ଟରରେ ସହିଦ ହୋଇଥିଲେ । ପୂର୍ବରୁ ଅକ୍ଟୋବର ୧୧ ତାରିଖରେ ଜଣେ ଜୁନିୟର ଅଧିକାରୀଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ । ଜାମ୍ମୁ-କାଶ୍ମୀରର ରାଜୌରୀ ଓ ପୁଞ୍ଚରେ ଚଳିତ ବର୍ଷ ଜୁନ ମାସ ପରେ ଅନୁପ୍ରବେଶ ବୃଦ୍ଧି ହୋଇଛି ।
