ରହିବନି ପେଟର କୌଣସି ସମସ୍ୟା, ଜାଣନ୍ତୁ ଲେମ୍ବୁ ଆଚାରର ଉପକାରିତା
ସ୍ଵାସ୍ଥ୍ୟ ପାଇଁ ବେଶ୍ ହିତକାରୀ ଲେମ୍ବୁ। ଲେମ୍ବୁ ଚୋପା ମଧ୍ୟ ବିଭିନ୍ନ କ୍ଷେତ୍ରରେ ସ୍ଵାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା ଖାଇବା ଦ୍ଵାରା ହଜମ ପ୍ରକ୍ରିୟା ଠିକ୍ ହେବା ସହ ଅନେକ ସମସ୍ୟା ଦୂର କରିଥାଏ। ଏଥିପାଇଁ ଲେମ୍ବୁ ଚୋପାକୁ ଆଚାର କରି ଖାଦ୍ୟ ସହ ଖାଇଥାନ୍ତି। କୁହାଯାଏ, ଆଚାର ବିନା ଖାଇବା ପ୍ଲେଟ୍ ଅସମ୍ପୂର୍ଣ୍ଣ। ଆଚାର ଟିକେ ଥିଲେ ଖାଦ୍ୟର ସ୍ଵାଦ ଦ୍ଵିଗୁଣିତ ହୋଇ ଯାଇଥାଏ।
ଭାରତୀୟ ଖାଦ୍ୟରେ ବିଭିନ୍ନ କିଶମର ଆଚାର ବ୍ୟବହାର କରାଯାଇଥାଏ। କିନ୍ତୁ ସବୁ ଆଚାର ଦେହ ପାଇଁ ହିତକର ହୋଇ ନଥାଏ। କାରଣ ଏଥିରେ ଅନେକ ତେଲ ଓ ମସଲା ବ୍ୟବହାର ହୋଇଥାଏ। ହେଲେ ଲେମ୍ବୁ ଆଚାର ଅନ୍ୟ ଆଚାରଠାରୁ ଟିକେ ଭିନ୍ନ ହୋଇଥାଏ। ଏଥିରେ କମ୍ ତେଲ ଓ ମସଲାର ବ୍ୟବହାର ହୋଇଥାଏ। ଆସନ୍ତୁ ଜାଣିବା ଲେମ୍ବୁ ଆଚାର ଖାଇବା ଦ୍ଵାରା କ’ଣ ଫାଇଦା ହୋଇଥାଏ ।
ଆମେ ସମସ୍ତେ ଜାଣିଛେ, ସୁସ୍ଥ ଜୀବନ ବଞ୍ଚିବା ପାଇଁ ହେଲେ ଶରୀରରେ ସଠିକ୍ ରକ୍ତ ପ୍ରବାହ ହେବା ବେଶ୍ ଜରୁରୀ। କାରଣ ରକ୍ତ ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଲଜାନ ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ଵ ବହନ କରିଥାଏ। ରକ୍ତ ପ୍ରବାହରେ ପରିବର୍ତ୍ତନ ହେଲେ ଉଚ୍ଚ କିମ୍ଵା ନିମ୍ନ ରକ୍ତଚାପ ହେବାର ସମ୍ଭାବନା ଅଧିକ ଥାଏ। ଲେମ୍ଵୁ ଆଚାରରେ ଭରପୁର ମାତ୍ରାରେ କପ ର୍ ପୋଟସିୟମ, ଆଇରନ୍ ଏବଂ କ୍ୟାଲସିୟମ୍ ମିଳିଥାଏ। ଏହି ସବୁ ଉପାଦାନ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
ବୟସ ବଢିବା ସହ ଆମ ଶରୀରରେ ଅସ୍ଥି ଦୁର୍ବଳ ହେବାକୁ ଲାଗେ । ବିଶେଷ କରି ଏହି ସମସ୍ୟା ମହିଳାମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ। ଶରୀରରେ ଆଇରନ୍ ଏବଂ କ୍ୟାଲସିୟମ ଅଭାବ ହେତୁ ଏହି ସମସ୍ୟା ଦେଖାଯାଇଥାଏ | ତେଣୁ ସୁସ୍ଥ ରହିବା ପାଇଁ ଭିଟାମିନ୍ ଏବଂ ପୋଷକତତ୍ତ୍ୱରେ ଭରପୂର ଖାଦ୍ୟ ଆବଶ୍ୟକ। ଲେମ୍ବୁ ଆଚାରରେ ଭିଟାମିନ୍ ସି, ଏ, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୁର ମାତ୍ରାରେ ଥାଏ, ଯାହା ଆମ ହାଡକୁ ଶକ୍ତିଶାଳୀ କରିଥାଏ।
ଖାଲି ଏତିକି ନୁହେଁ, ଲେମ୍ବୁ ଆଚାରରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ୍ ବି କମ୍ପ୍ଲେକ୍ସ ରହିଥାଏ, ଯାହା ଆମ ରୋଗ ପ୍ରତିଶେଧକ କ୍ଷମତାକୁ ବଢାଇଥାଏ। ଲେମ୍ବୁ ଆଚାର ଚର୍ବି ଏବଂ କୋଲେଷ୍ଟ୍ରଲ ଧାରଣ କରେ ନାହିଁ | ଏହାକୁ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ |
ଫାଷ୍ଟଫୁଡ୍ ଏବଂ ବଦଳୁଥିବା ଜୀବନଶୈଳୀ ଯୋଗୁଁ ଅନେକ ହଜମ ଜନିତ ସମସ୍ୟା ଉପୁଜେ। ଏସବୁକୁ ଏଡାଇବା ପାଇଁ ଲେମ୍ବୁ ଚୋପା ତିଆରି ଆଚାର ବେଶ୍ ଉପକାରୀ | ଏଥିରେ ଏନଜାଇମ୍ ଥାଏ, ଯାହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ | ଏହା ହଜମ ପ୍ରକ୍ରିୟାକୁ ମଜବୁତ ରଖେ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ |
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବର ଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।
