ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ: ଏହି ୧୦ଟି ଖାଦ୍ୟ ଉପରେ ନାହିଁ ଏକ୍ସପାରି ଡେଟ
ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅର୍ଥାତ୍ ୱାର୍ଲ୍ଡ ଫୁଡ୍ ସେଫ୍ଟି ଡେ । ଲୋକଙ୍କୁ ଖାଦ୍ୟ ନିରାପତ୍ତା ବିଷୟରେ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଆରମ୍ଭ ହୋଇଥିବା ଏକ ପଦକ୍ଷେପ । ବଂଚିବା ପାଇଁ ତିନୋଟି ସମୂଳର ଆବଶ୍ୟକତା ଅଛି : ଶାନ୍ତି, ନିରାପତ୍ତା ଓ ସ୍ଥିରତା । ନିରାପତ୍ତା କହିଲେ ବର୍ହିଶତ୍ରୁ ଆକ୍ରମଣ, ଅନ୍ତଃବିପ୍ଲବ ଏବଂ ବିଭିନ୍ନ ଶୋଷଣରୁ ମୁକ୍ତିକୁ ବୁଝାଏ । ଏ ଶାନ୍ତି କହିଲେ କ୍ଷୁଧା ଜନିତ ପେଟପୁରା ମୁଠାଏ ଖାଦ୍ୟ ପିଠିକୁ ଆବଶ୍ୟକୀୟ କନାଖଣ୍ଡେ ଏବଂ ମୁଣ୍ଡ ଗୁଞ୍ଜିବାକୁ ଟିକିଏ ଆଶ୍ରୟକୁ ବୁଝାଏ । ଏହାକୁ ଆମେ ମୌଳିକ ଅଧିକାର କହୁ । ଉପର କାରକଗୁଡ଼ିକ ସ୍ଥିରତାର ପରିଚାୟକ । ଏମାନେ ବଂଚିବାର ଅଧିକାର ଓ ସମ୍ବଳ । ଏଇଟା ସତ୍ୟ ଯେ ମରିବାର ଅଧିକାର କାହାର ନାହିଁ । ଏବେ ଆସନ୍ତୁ ଜାଣିବା ଏପରି କେଉଁ ଜିନିଷ ଅଛି ଯାହାର ଏକ୍ସପାୟେରି ଡେଟ ନାହିଁ।
୧) ହାର୍ଡ ଲିକର:
ଏହା ଅଧିକ ଦିନ ରହିବା ଦ୍ଵାରା ଏହାର ରଙ୍ଗ ଓ ସ୍ୱାଦ ନିଶ୍ଚିନ୍ତ ରୂପରେ ବଦଳିଯାଇଥାଏ କିନ୍ତୁ ଏହା ନଷ୍ଟ ନହୋଇ ବହୁତ ଦିନ ପର୍ଯ୍ୟନ୍ତ ସେହିପରି ରହିଥାଏ।
୨) ଶୁଖିଲା ବିନ୍ସ:
ଆପଣଙ୍କୁ କହିରଖିବୁ ଅଧ୍ୟୟନରୁ ଏହା ଜଣାପଡିଛିକି ଚାଉଳ ପରି ଶୁଖିଲା ବିନ୍ସ ମଧ୍ୟ ଅନେକ ବର୍ଷ ପର୍ଯ୍ୟନ୍ତ ଭଲ ରହିଥାଏ।
୩) ଲୁଣ:
ଏହା ଏକ ପ୍ରକୃତିରୁ ତିଆରି ପଦାର୍ଥ ଯାହା ସହଜରେ ନଷ୍ଟ ହୋଇନଥାଏ କିନ୍ତୁ ଆୟୋଡିନ ଲୁଣ ୫ ବର୍ଷ ପର୍ଯ୍ୟନ୍ତ ହିଁ ରହିଥାଏ।
୪) ସୋୟ ସସ:
ଏହା ମଧ୍ୟ ଏକ ପ୍ରକାର ସହଜରେ ନଷ୍ଟ ହେଉନଥିବା ପଦାର୍ଥ ଅଟେ। ଯାହା ଯଦି ଠିକ ଭାବେ ପ୍ରସ୍ତୁତ ହୋଇଥାଏ ତେବେ ବହୁ ବର୍ଷ ପର୍ଯ୍ୟନ୍ତ ସହଜରେ ରହିଥାଏ।
୫) ଚିନି:
ଏହା ମଧ୍ୟ ପ୍ରକୃତିର ଏକ ବରଦାନ।ଏହା ଆଖୁର ରସରୁ ପ୍ରସ୍ତୁତ ହୋଇଥାଏ। ତେଣୁ ବହୁତ ବର୍ଷ ପର୍ଯ୍ୟନ୍ତ ରହିଲେ ମଧ୍ୟ ଏହା ସହଜରେ ନଷ୍ଟ ହୋଇନଥାଏ।
୬) ମହୁ:
ଏହା ହେଉଛି ସମ୍ପୂର୍ଣ ବିଶ୍ୱରେ ଏକ ଏପରି ଜିନିଷ ଯାହା ଯେତେ ଦିନ ରହିଲେବି ନଷ୍ଟ ହୋଇନଥାଏ ଓଲଟା ଏହା ଅଧିକ ଦିନ ରହିବା ଦ୍ଵାରା ବେସି ଉଅକାରୀ ହୋଇଯାଇଥାଏ। କାରଣ ଏହା ଫୁଲର ରସ ଓ ମହୁମାଛିଙ୍କ ପାଟିରୁ ବାହାରୁଥିବା ଲାଳରେ ସୃଷ୍ଟି ହୋଇଥାଏ। ଏଥିରେ ଏକ ପ୍ରକାର ଏନଯାଇମ ଥାଏ ଯାହା ସହଜରେ ନଷ୍ଟ ହୋଇନଥାଏ।
୭) ସୁଦ୍ଧ ମାପଲ ସିରପ:
ମାପଲ ସିରପ ମଧ୍ୟ ଏହା ପରି ଏକ ଜିନିଷ ଯାହା ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ। ଏହା ଏକ ଏପରି ଜିନିଷ ଯାହା ଯଦି ଖୋଲା ଯାଇନଥାଏ ତେବେ ଅନେକ ଦିନ ପର୍ଯ୍ୟନ୍ତ ଭଲ ରହିଥାଏ।
Google
୮) ପାଉଡର କ୍ଷୀର:
ଏହା ଏଥିପାଇଁ ଅଧିକ ବ୍ୟବହାର ହେଉଛି କାରଣ ଏହା ଅଧିକ ଦିନ ପର୍ଯ୍ୟନ୍ତ ଭଲ ଭାବେ ରହିଥାଏ।
୯) ଧଳା ଚାଉଳ:
ଏକ ଏକ ଏପରି ଜିନିଷ ଯାହା ବହୁ ବର୍ଷ ପର୍ଯ୍ୟନ୍ତ ସେହିପରି ରହିପାରିବ। ଏହା ସହଜରେ ନଷ୍ଟ ହୋଇନଥାଏ କିନ୍ତୁ ଧଳା ଚାଉଳ ୩୦ ବର୍ଷ ପର୍ଯ୍ୟନ୍ତ ଭଲ ଭାବେ ରହୁଥିବା ବେଳେ ମାଟିଆ ୬ ମାସ ପର୍ଯ୍ୟନ୍ତ ଭଲ ରହିଥାଏ।
୧୦) ପେମିକାନ:
ଏହା ଯିବ ମାନଙ୍କ ମାଂସରୁ ପ୍ରସ୍ତୁତ ହୋଇଥାଏ। ଏହା ଅଧିକ ପ୍ରୋଟିନ ବିଶିଷ୍ଟ ହୋଇଥାଏ। ଏହା ଏତେ ସହଜରେ ନଷ୍ଟ ହୋଇନଥାଏ।
