ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହା
ନୂଆଦିଲ୍ଲୀ : ଗୋଆର ଧରବନ୍ଦୋରା ଠାରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ସେ କହିଛନ୍ତି ଯେ, ଅପରାଧ ଦମନ କରିବା ପାଇଁ ଫୋରେନ୍ସିକ୍ ଟିମ୍ ଗୁଡ଼ିକୁ ମଜବୁତ କରିବାର ଆବଶ୍ୟକତା ରହିଛି। ସେହିପରି ଶିକ୍ଷା ବଳରେ ଭାରତ ଉଦୀୟମାନ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ସଫଳ କରିବାପାଇଁ ନିରନ୍ତର ଉଦ୍ୟମ ଜାରି ରଖାଯାଇ ପାରିବ।
ଏହି ବିଶ୍ୱବିଦ୍ୟାଳୟରେ ଖୁବ୍ ଶୀଘ୍ର ୨୦୦ ବିଦ୍ୟାର୍ଥୀଙ୍କୁ ୫ଟି ପାଠ୍ୟପୁସ୍ତକ ବିଷୟରେ ଶିକ୍ଷାଦାନ କରାଯିବ। ପର୍ଯ୍ୟଟନ, ନିଶା ଔଷଧ ଏବଂ ଉପକୂଳରେ ପୁଲିସ୍ ବ୍ୟବସ୍ଥା ସଂକ୍ରାନ୍ତୀୟ ପାଠ୍ୟକ୍ରମ ଗୁଡ଼ିକର ଶିକ୍ଷାଦାନ ପାଇଁ ସେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଉଦ୍ୟମ କ୍ରମେ ଆସନ୍ତାକାଲିଠାରୁ ଗୋଆରୁ ଚାଟାର୍ଡ ବିମାନ ଚଳାଚଳ ଆରମ୍ଭ ହେବ, ଫଳରେ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ସାଧନ ହେବ। ସେହିପରି ମୋପା ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ପରେ ଗୋଆର ବିକାଶ ତ୍ୱରାନ୍ୱିତ ହେବ। ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ହୋଇଥିବା ବିଷୟକୁ ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି, ରାଜନୈତିକ ସ୍ଥିରତା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ମନୋହର ପରିକର ଗୋଆର ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିଛନ୍ତି ବୋଲି ଦର୍ଶାଇ ଶ୍ରୀ ଶାହା କହିଛନ୍ତି, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ସ୍ୱର୍ଗତଃ ପରିକରଙ୍କୁ ଦେଶ ୱାନ ରାଙ୍କ ୱାନ ପେନ୍ସନ୍ ଓ ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ ମନେ ରଖିବ।
