ମାଓ ନେତା ଆର୍.କେ ମୃତ!
ମାଲକାନଗିରି : ମାଓ ନେତା ଆର୍.କେଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିବା ଜଣାପଡ଼ିଛି । ମାଓନେତା ରାମକୃଷ୍ଣ ଓରଫ୍ ଅକ୍କିରାଜୁ ହରଗୋପାଳଙ୍କ ମୃତ୍ୟୁ । ଦକ୍ଷିଣବସ୍ତର ଜଙ୍ଗଲରେ ଆର୍କେଙ୍କ ମୃତ୍ୟୁ ନେଇ ଖବର ମିଳିଛି । ଏନେଇ ମାଓବାଦୀ ସଙ୍ଗଠନ ପକ୍ଷରୁ କିଛି ସୂଚନା ମିଳି ନାହିଁ ।
ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ମାଓ ନେତା ଆର୍.କେ । ଓଡ଼ିଶାରେ ଆର୍.କେଙ୍କ ନାମରେ ରହିଛି ୨ଶହରୁ ଉର୍ଦ୍ଧ୍ୱ ମାମଲା । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ରହିଛି ଆର୍.କେଙ୍କ ନାମରେ ପୁରସ୍କାର । ତାଙ୍କ ନାଁରେ ଅଛି ପ୍ରାୟ ଦେଢ଼ କୋଟିଏରୁ ଅଧିକ ଟଙ୍କାର ପୁରସ୍କାର । ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ ଆର୍.କେ । ଆର୍.କେ ଆନ୍ଧ୍ର-ଓଡ଼ିଶା ବର୍ଡ଼ର ଜୋନାଲ କମିଟିର ସମ୍ପାଦକ ଥିଲେ । ରାମାଗୁଡ଼ା ଏନ୍କାଉଣ୍ଟର ପରେ ସମ୍ପାଦକ ପଦରୁ ହଟିଥିଲେ ଆର୍.କେ ।
