ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ଖବର : ଖୋଲିବ ୮ମ ଓ ଏକାଦଶ ଶ୍ରେଣୀ
ଭୁବନେଶ୍ୱର : ଦଶହରା ଛୁଟି ପରେ ଖୋଲିବ ୮ମ ଓ ଏକାଦଶ ଶ୍ରେଣୀ । ୮ମ ଓ ଏକାଦଶ ଶ୍ରେଣୀର ପାଠ ପଢ଼ା ଅଫଲାଇନ୍ରେ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ୯ମ ଓ ଦ୍ୱାଦଶ ଶ୍ରେଣୀ ପାଠ ପଢ଼ା ଅଫଲାଇନ୍ରେ ଚାଲିଛି ।
କୋଭିଡ କଟକଣା ଯୋଗୁ ସ୍କୁଲ ବନ୍ଦ ଥିବାବେଳେ ଅନ ଲାଇନରେ ପିଲାଙ୍କର ପାଠ ପଢା ଚାଲିଛି । ତଥାପି ବିଦ୍ୟାର୍ଥୀଙ୍କ ପ୍ରଥମରୁ ଅଷ୍ଟମ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ କରିଆସୁଥିଲେ ଅବିଭାବକ । ଏନେଇ ପୂର୍ବରୁ ଆଗାମୀ ଦିନରେ ପୁଣି ଥରେ ସ୍କୁଲ ଖୋଲିବା ନେଇ ଆଶା ପ୍ରକଟ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ, ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ। ତେବେ ଏଯାଏଁ ଅନଲାଇନରେ କ୍ଲାସ ଚାଲୁ ରହିଛି । ଅଭିଭାବକମାନେ ଦେଖିବା କଥା ଯେ ମୋବାଇଲ ଫୋନ ବ୍ୟବହାର କେବଳ ପାଠପଢା ପାଇଁ ପିଲାମାନେ କରିବେ। ଏବଂ ଭଗବାନଙ୍କ କୃପାରୁ ପୂଜା ପରେ କୋଭିଡ଼ ସ୍ଥିତିରେ ସୁଧାର ଆସିବା ସହ ବିଦ୍ୟାଳୟ ମାନ ଖୋଲିବ ବୋଲି ଆଶା ପ୍ରକାଶ କରିଥିଲେ। ସୂଚନା ଯେ, ମହାମାରୀ କରୋନା ପାଇଁ ପ୍ରାୟ ଦୁଇ ବର୍ଷ ଧରି ରାଜ୍ୟରେ ସ୍କୁଲ ବନ୍ଦ ରହିଥିଲା। ପିଲାମାନେ ଘରେ ରହି ଅନ୍ଲାଇନ୍ରେ ପାଠ ପଢ଼ୁଛନ୍ତି। ତେବେ ବିଭିନ୍ନ ସ୍ଥାନରେ ନେଟ୍ୱର୍କ ନଥିବାରୁ ପିଲାମାନେ ଅନ୍ଲାଇନ୍ କ୍ଲାସ କରିପାରୁ ନାହାନ୍ତି। ଫଳରେ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ସ୍କୁଲ ଖୋଲିବାକୁ ଅଭିଭାବକ ଓ ବୁଦ୍ଧିଜୀବୀ ଦାବି କରୁଥିଲେ। ଏବେ କରୋନାର କୋପ କମିବା ପରେ ପର୍ଯ୍ୟାୟ କ୍ରମେ ଶିକ୍ଷାନୁଷ୍ଠାନ ଗୋଡ଼ିକୁ ରାଜ୍ୟ ସରକାର ଖୋଲୁଛନ୍ତି। ପୂର୍ବରୁ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲେ। ଏବେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଅଫ୍ଲାଇନ୍ରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେବେ ଖୋଲିବ ଜଣାପଡ଼ି ନାହିଁ। କିନ୍ତୁ ଆଜି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପୂଜା ଛୁଟି ପରେ କୋଭିଡ୍ ସ୍ଥିତି କମିଲେ ସ୍କୁଲ ଖୋଲିପାରେ।
