ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର
ବାଲେଶ୍ଵର : ବାଲେଶ୍ଵର ଜିଲା ନୀଳଗିରି ଏନଏସି ଅନ୍ତର୍ଗତ ପୁହୁଣୀ ଗାଁରେ ଟ୍ରେନ୍ ଲାଇନ୍ କଡରୁ ମିଳିଲା ନବଜାତ ଶିଶୁକନ୍ୟାର ମୃତଦେହ। ଗୁରୁବାର ଦ୍ବିପ୍ରହରରେ ନବଜାତ ଶିଶୁକନ୍ୟା ପୁହୁଣୀ ଗାଁ ନିକଟ ରେଳଲାଇନ କଡ ଦେଇ ଯାଇଥିବା ରାସ୍ତା କଡରେ ପଡିଥିବା ଦେଖିବାକୁ ମିଳିଥିଲା । ଏଭଳି ଘଟଣା ଶୁଣିବା ପରେ ଘଟଣାସ୍ଥଳରେ ଲୋକାରଣ୍ୟ ହୋଇଯାଇଥିଲା। ମୃତ ଶିଶୁକନ୍ୟା କିପରି ରାସ୍ତା କଡକୁ ଆସିଲା ଏହା ସ୍ପଷ୍ଟ ସୂଚନା ମିଳିନାହିଁ । ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହଟିକୁ ଜବତ କରିଛନ୍ତି ।
