ମଙ୍ଗଳବାର ଦିନ ଏହି ଉପାୟରେ ପ୍ରଭୁ ହନୁମାନଙ୍କୁ କରନ୍ତୁ ପ୍ରସନ୍ନ! ସବୁ ଅସୁବିଧା ହେବ ଦୂର
ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ମହତ୍ତ୍ୱ ରହିଛି। ଠିକ ସେହିଭଳି ମଙ୍ଗଳବାର ଦିନ ହନୁମାନଙ୍କୁ ସମର୍ପିତ। ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ନିଜ ଭକ୍ତଙ୍କ ସବୁ କଷ୍ଟ ଦୂର କରିଥାନ୍ତି। ହନୁମାନ ଖୁବ ସହଜରେ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ସଚ୍ଚୋଟ ମନରେ ହନୁମାନଙ୍କୁ ଆରାଧନା କଲେ ସେ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି। ଏହି ଦିନରେ କିଛି ଉପାୟକୁ ଧ୍ୟାନରେ ରଖି ପ୍ରଭୁ ହନୁମାନଙ୍କୁ ପୂଜା କଲେ ସବୁ ପ୍ରକାର ଅସୁବିଧାରୁ ରକ୍ଷା ପାଇ ପାରିବେ ଓ ସବୁ ପ୍ରକାର ସମସ୍ୟା ଦୁର ହୋଇଯିବ। ପ୍ରଭୁ ହନୁମାନ ଏହି କଳିଯୁଗରେ ସବୁଠାରୁ ସକ୍ରିୟ ଦେବତାମାନଙ୍କ ଭିତରେ ଏକ ଅଟନ୍ତି। ଆଜି ଆମେ ଆପଣଙ୍କୁ ଏହି ମଙ୍ଗଳବାର ଦିନ କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣଙ୍କ ସବୁ ସମସ୍ୟାର ନିବାରଣ ହେବ।
ଯଦି ଆପଣଙ୍କୁ ନିଜ ଜୀବନରେ ଟଙ୍କାର ଅସୁବିଧା ଥାଏ ତେବେ ଆପଣଙ୍କୁ ଏହି ଉପାୟ ୪୦ ଦିନ ପର୍ଯ୍ୟନ୍ତ କରିବାକୁ ହେବ। ଆପଣଙ୍କୁ ପ୍ରତେକ ଦିନ ସକାଳ କିମ୍ବା ସନ୍ଧ୍ୟା ସମୟରେ ପ୍ରଭୁ ହନୁମାନଙ୍କ ମନ୍ଦିରକୁ ଯାଇ ଶୋରିଷ ତେଲରେ ମାଟି ଦ୍ଵୀପ ଜଳାଇବା ଉଚିତ୍। ଏହାପରେ ଆପଣ ହନୁମାନ ଚାଳିଶା ପାଠ କରିବା ଆବଶ୍ୟକ।
ମଙ୍ଗଳବାର ଓ ଶନିବାର ଦିନ ଦ୍ଵୀପ ଜଳାଇବା ପରେ ସିନ୍ଦୂର ତିଳକ ଲଗାଇବା ପାଇଁ ଭୁଲିବେନି। ୪୦ ଦିନ ପର୍ଯ୍ୟନ୍ତ ଏହି ପରି ପ୍ରତ୍ୟେକ ଦିନ କରି ସାରିବା ପରେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହୋଇଯିବ।
ମଙ୍ଗଳବାର ସନ୍ଧ୍ୟା ସମୟରେ ପ୍ରଭୁ ହନୁମାନଙ୍କୁ ଗୋଲାପ ଫୁଲର ମାଳା ଚଢାନ୍ତୁ। ଏହି ଉପାୟ ଦ୍ୱାରା ଧନ ଜନିତ ସମସ୍ୟା ଦୂର ହୋଇଥାଏ।
ମଙ୍ଗଳବାର ଦିନ ବ୍ରତ ରଖିବା ସହ ସନ୍ଧ୍ୟା ସମୟରେ ବୁନ୍ଦିର ଲଡ଼ୁ ଭୋଗ କରି ଏହାକୁ ବାଣ୍ଟି ଦିଅନ୍ତୁ। ଏପରି କରିବା ଦ୍ୱାରା ସନ୍ତାନ ଜନିତ ସମସ୍ୟା ଦୂର ହୋଇଥାଏ।
ପ୍ରଭୁ ହନୁମାନଙ୍କ ଚରଣରେ ଫିଟିକିରି ଅର୍ପଣ କରିବା ଦ୍ୱାରା ଦୁଃସ୍ୱପ୍ନ ଆସିନଥାଏ।
ସମସ୍ତ ଦୁଃଖରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ପୂଜା କରିବା ସମୟରେ ସିନ୍ଦୂର ଅର୍ପଣ କରନ୍ତୁ।
ଧନ ବୃଦ୍ଧି ପାଇଁ ମଙ୍ଗଳବାର ସକାଳେ ବରଗଛର ଏକ ପତ୍ରକୁ ଆଣି ଗଙ୍ଗା ଜଳରେ ଧୋଇ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ।
କର୍ମକ୍ଷେତ୍ରରେ ଅଥବା ଚାକିରି ପାଇଁ ବାଧା ସୃଷ୍ଟି ହେଉଥିଲେ ପ୍ରତି ମଙ୍ଗଳବାର ପ୍ରଭୁଙ୍କୁ ପାନ ବିଡ଼ା ଅର୍ପଣ କରନ୍ତୁ। ଏହି ସମସ୍ୟା ଦୂର ହେବ।
ପ୍ରଭୁ ହନୁମାନଙ୍କ ମନ୍ଦିରକୁ ଯାଇ ରାମରକ୍ଷାସ୍ତୋତ୍ର ପାଠ କରନ୍ତୁ। କରଜ ଜନିତ ସମସ୍ୟାରୁ ମୁକ୍ତି ମିଳିବ।
ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ସମ୍ମୁଖରେ ବସି ରାମ ନାମଙ୍କର ୧୦୮ ଥର ଜପ କରନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ମଙ୍ଗଳବାର ଦିନ ପ୍ରଭୁ ହନୁମାନ ସମ୍ମୁଖରେ ସୋରିଷ ତେଲର ଦୀପ ଲଗାନ୍ତୁ। ହନୁମାନ ଚାଳିସା ପାଠ କରନ୍ତୁ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ଓଁ ହଂ ହନୁମନ୍ତେ ନମଃ, ମନ୍ତ୍ରର ଜପ କରିବା ଦ୍ୱାରା ପ୍ରଭୁ ହନୁମାନ ପ୍ରସନ୍ନ ହୋଇଥାଆନ୍ତି।
ମଙ୍ଗଳବାର ଦିନ ସକାଳେ ଲାଲ ଗାଈକୁ ରୋଟି ଦେବା ଶୁଭ ଅଟେ।
ପ୍ରଭୁ ହନୁମାନଙ୍କ ମନ୍ଦିରରେ ନଡ଼ିଆ ରଖିବା ବହୁତ ଶୁଭ ହୋଇଥାଏ। ଏମିତି ଆପଣ ପ୍ରତ୍ୟେକ ମଙ୍ଗଳବାର ଦିନ କରନ୍ତୁ।
ମଙ୍ଗଳବାର ଦିନ ଲାଲ ବସ୍ତ୍ର, ଲାଲ ଫଳ, ଲାଲ ଫୁଲ ଓ ଲାଲ ରଙ୍ଗର ମିଠା ପ୍ରଭୁ ଗଣେଶଙ୍କୁ ଚାଢାଇଲେ ଏହା ଦ୍ୱାରା ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହେବ।
ମଙ୍ଗଳବାର ଦିନ ଏହି ଜିନିଷର ଦାନ କରିବାର ବିଶେଷ ମହତ୍ତ୍ଵ ଅଛି – ସୁନା,ତମ୍ବା,କସ୍ତୁରୀ,ଗହମ,କେଶର,ଲାଲ ଗୋଲାପ, ଲାଲ ଚନ୍ଦନ,ଲାଲ ଫୁଲ,ସିନ୍ଦୂର,ମହୁ, ମଶୁରି ଡାଲି,ଲାଲ ପଥର ଇତ୍ୟାଦି ।
ସମସ୍ତଙ୍କୁ ନମସ୍କାର । ଆମର ଏହି ଲେଖାଟି କେମିତି ଲାଗିଲା । ଯଦି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେୟାର କରନ୍ତୁ । ଏମିତି ସବୁ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ ।

