କଟକ ଓ ଭୁବନେଶ୍ବରରେ ନାଇଟ କର୍ଫ୍ୟୁ ଆରମ୍ଭ
ଭୁବନେଶ୍ୱର : ଭୁବନେଶ୍ଵର : ଅକ୍ଟୋବର ମାସ ପହିଲାରୁ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଏଥିପ୍ରତି କାହାର ନଜର ନାହିଁ। ପୂଜା ପାଇଁ ଏବେ ସମସ୍ତେ ବ୍ୟସ୍ତ। ଯେଉଁଥିପାଇଁ ବଜାରରେ ପ୍ରବଳ ଭିଡ। ଲୋକଙ୍କ ଭିଡକୁ ଦେଖିଲା ଲାଗୁଛି କରୋନାକୁ ଆଉ କେହି ଖାତିର ଯେମିତି କରୁନାହାନ୍ତି । ଫଳରେ ପାର୍ବଣ ପାଇଁ କମିଶନରେଟ ପୁଲିସ କଟକଣା ଲାଗୁ କରିଛି। ଗତ ଦୁଇଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହା ସହରବାସୀ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ଟ୍ୱିନ୍ ସିଟିରେ ମଲ ଓ ମାର୍କେଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। କୋଭିଡ୍ ସଂକ୍ରମଣ ୫ଶହ ଉପରେ ରହୁଥିବାରୁ ଏହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ପାର୍ବଣ ଋତୁରେ କରୋନା କଟକଣାକୁ ହ୍ରାସ କରିବା ପାଇଁ କମିଶନରେଟପୁଲିସ ଆଜିଠୁ ଟ୍ୱିନ୍ ସିଟିରେ ରାତ୍ରିକାଳୀନ ନାଇଟ୍ କର୍ଫ୍ୟୁ ଜାରି କରିଛି। ଆଜି ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ। ନାଇଟ୍ କର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ ପୁଲିସର କଡ଼ା ନଜର ରହିବ। କଟକଣା ନ ମାନିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ ଅମାନିଆଙ୍କୁ ଗିରଫ କରାଯିବ ।
ନାଇଟ୍ କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହରାଞ୍ଚଳରେ ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେବା ସହ ରାଜଧାନୀବାସୀଙ୍କୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ଡିସିପିଙ୍କ କହିବା ଅନୁସାରେ ଆଜି ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ସନ୍ଧ୍ୟା ୭ଟା ପାଟ୍ରୋଲିଂ ଓ ନାକାବନ୍ଦୀ ହୋଇଛି। ଭୁବନେଶ୍ୱର ସହରାଞ୍ଚଳରେ ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ନାଇଟ୍ କର୍ଫ୍ୟୁ କାର୍ୟ୍ୟକାରୀ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ୨୫ ପାଟ୍ରୋଲିଂ ଗାଡ଼ି ଦେଇଛନ୍ତି। ଯେଉଁ ଗାଡ଼ି ଗୁଡ଼ିକୁ ନାଇଟ୍ କର୍ଫ୍ୟୁ ଏନ୍ଫୋର୍ସମେଣ୍ଟରେ ବ୍ୟବହାର କରାଯାଉଛି ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ନାଇଟ୍ କର୍ଫ୍ୟୁ ପାଇଁ ଭୁବନେଶ୍ୱର ସହରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି। ଯେଉଁଥିରେ ଆଡିସିନାଲ୍ ଡିସିପି ଓ ଡିସିପି ରାଙ୍କର ଅଫିସରଙ୍କୁ ସୁପରଭିଜନ୍ ପାଇଁ ଦାୟିତ୍ୱ ଦେଇଛନ୍ତି ବୋଲି ଡିସିପି କହିଛନ୍ତି। ଅପରପକ୍ଷରେ କଟକରେ ମଧ୍ୟ ନାଇଟ୍ କର୍ଫ୍ୟୁ ପାଇଁ କଡା କଟକଣା କରାଯାଇଛି। କଟକରେ ୧୮ ପ୍ଲାଟୁନ ଫୋର୍ସ, ୪ ଅତିରିକ୍ତ ଏସପି, ୧୧ ଡିଏସପି, ୨୧୬ ଅଫିସର, ୪୨୭ କନେଷ୍ଟବଳ ମୁତୟନ ହୋଇଛନ୍ତି। ଭସଣ ଦୁଇ ଦିନ ହେବ। ଦେବୀ ଗଡା ଓ ଅନ୍ୟ ଅସ୍ଥାୟୀ ପୁଷ୍କରଣୀରେ ମୃଣ୍ମୟୀମୂର୍ତ୍ତି ବିସର୍ଜନ କରାଯିବ। ଗାଡିରେ ୭ ଜଣ ମେଢ ସହ ଯିବେ। ଟୁଇନ ସିଟିରେ ଟ୍ରାଫିକ ଦାୟିତ୍ବରେ ଟ୍ରାଫିକ ଡିସିପି ରହିବେ। ଦୁଇ ସହରରେ ୨ ଜଣ ଅତିରିକ୍ତ ଡିସିପି ଟ୍ରାଫିକ କଥା ବୁଝିବେ।
