ପ୍ରେମରେ ପଡିଲେ ସାଉଥ୍ ଅଭିନେତ୍ରୀ ରକୁଲ୍ ପ୍ରୀତ୍
ମୁମ୍ବାଇ : ପ୍ରେମରେ ପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରକୁଲ ପ୍ରୀତ । ୩୧ତମ ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ଦିନଟିକୁ ଖାସ୍ କରିବାକୁ ଯାଇ ରକୁଲ ନିଜ ଇନ୍ଷ୍ଟାଗ୍ରାମରେ ଫିଲ୍ମ ପ୍ରଯୋଜକ ଜ୍ୟାକି ଭଗନାନୀଙ୍କ ସହ ଫଟୋ ଶେୟାର କରିଛନ୍ତି । ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ସ୍ପଷ୍ଟ କରିଛନ୍ତି । ଅଭିନେତା ଜ୍ୟାକି ଭାଗନାନି ତାଙ୍କ ଇନଷ୍ଟାଗ୍ରାମରେ ଗତକାଲି ରକୁଲଙ୍କ ୩୧ ତମ ଜନ୍ମଦିନ ଅବସରରେ ରକୁଲ ପ୍ରୀତ ସିଂଙ୍କୁ ଉତ୍ସର୍ଗ କରି ଏକ ସ୍ୱତନ୍ତ୍ର ପୋଷ୍ଟ କରିଥିଲେ। ସେମାନଙ୍କର ଏକ ଫଟୋ ସେୟାର କରି ଯୋଉଁଥିରେ ଉଭୟେ ହାତ ଧରାଧରି ହୋଇ ସେ ସମୟରେ ବେଶ ଖୁସି ମୁହୁର୍ତ୍ତ ବିତାଉଥିବା ଜଣା ପଡିଛି । ଏହି ଯୋଡି ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିଛନ୍ତି ଏବଂ ଏହା ସହ ରକୁଲ କହିଛନ୍ତି ଯେ ସେ ତାଙ୍କ ଜୀବନର ତାଙ୍କ ଜୀବନର ଅନ୍ୟତମ ଶ୍ରେଷ୍ଠ ଜନ୍ମଦିନ ଉପହାର ପାଇଛନ୍ତି ।
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରକୁଲ ପ୍ରିତ। ଅଭିନେତ୍ରୀ ରକୁଲ ପ୍ରୀତ ସିଂ ତାଙ୍କ ପ୍ରଶଂସକଙ୍କ ହୃଦୟକୁ ମନରେ ଖୁବ୍ ରାଜ୍ କରନ୍ତି । ୩୧ ବର୍ଷିୟା ରକୁଲ୍ ପ୍ରୀତ ବର୍ତ୍ତମାନ ନିଜ ପ୍ରଂଶସକଙ୍କୁ ଏକ ନିଆରା ଉପହାର ଦେଇଛନ୍ତି। ଅଭିନେତ୍ରୀ ଜ୍ୟାକି ଭାଗ୍ନାନୀଙ୍କ ସହ ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ଉଭୟ ଏକ ସମ୍ପର୍କରେ ଅଛନ୍ତି ଏବଂ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ଅଫିସିଆଲ୍ ଭାବେ ଘୋଷଣା କରିଛନ୍ତି । ସେ ଫିଲ୍ମ ନିର୍ମାତା ତଥା ଅଭିନେତା ଜ୍ୟାକି ଭାଗ୍ନାନୀଙ୍କୁ ଡେଟ କରୁଛନ୍ତି। ରକୁଲ ପ୍ରୀତ ଆନୁଷ୍ଠାନିକ ଭାବରେ ସେମାନଙ୍କ ସମ୍ପର୍କ ଘୋଷଣା କରିବା ମାତ୍ରେ ପ୍ରଶଂସକମାନେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କେବଳ ଏତିକି ନୁହେଁ, ରକୁଲ ପ୍ରୀତ ସିଂ ତାଙ୍କ ପ୍ରେମିକ ଜ୍ୟାକି ଭାଗ୍ନାନୀଙ୍କ ପାଇଁ ଏକ ସୁନ୍ଦର ନୋଟ୍ ମଧ୍ୟ ଲେଖିଛନ୍ତି। ରକୁଲ ନିଜ ଇନ୍ଷ୍ଟାଗ୍ରାମରେ ଫିଲ୍ମ ପ୍ରଯୋଜକ ଜ୍ୟାକି ଭଗନାନୀଙ୍କ ଏନେଇ ଏକ ଫଟୋ ସେୟାର କରିଛନ୍ତି। ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ସ୍ପଷ୍ଟ କରିଛନ୍ତି। ଏକ ଫଟୋ ସହ ଲମ୍ବା ପୋଷ୍ଟ କରି ରକୁଲ କହିଛନ୍ତି, ‘ଥ୍ୟାଙ୍କ ୟୁ ମାଇ ହାର୍ଟ। ତୁମେ ଏହି ବର୍ଷ ମୋ ପାଇଁ ସବୁଠାରୁ ବଡ଼ ଉପହାର। ମୋ ଜୀବନରେ ରଙ୍ଗ ଭରିଥିବା ପାଇଁ ଧନ୍ୟବାଦ। ସବୁବେଳେ ହସାଇବା ପାଇଁ ଧନ୍ୟବାଦ। ହାତରେ ହାତ ମିଶାଇ ଆମକୁ ଅନେକ ସ୍ମୃତି ଗଢ଼ିବାର ରହିଛି ଜ୍ୟାକି’ ବୋଲି ସେ ଲେଖିଛନ୍ତି। ରକୁଲଙ୍କ ଏଭଳି ପୋଷ୍ଟ ପରେ ପ୍ରଶଂସକ ଚକିତ ହୋଇଯାଇଛନ୍ତି। ଅନେକ ଷ୍ଟାର ଏହାକୁ ଦେଖି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅପରପକ୍ଷେ ଜ୍ୟାକି ମଧ୍ୟ ସମାନ ଫଟୋ ସେୟାର କରିଛନ୍ତି । ଏବଂ ସେ ଲେଖିଛନ୍ତି କି ‘ତୁମ ବିନା ଦିନ, ଦିନ ଭଳି ଲାଗେନା, ତୁମ ବିନା ସ୍ବାଦିଷ୍ଟ ଖାଇବାରେ ମଧ୍ୟ ଖାଦ୍ୟର ସ୍ବାଦ ନ ଥାଏ। ସବୁଠାରୁ ସୁନ୍ଦର ଯୁବତୀକୁ ଜନ୍ମଦିନର ଶୁଭେଚ୍ଛା ପଠାଉଛି, ଯିଏ ମୋ ଦୁନିଆ। ଭଗବାନ କରନ୍ତୁ ତୁମ ଦିନ ସେତିକି ସୁନ୍ଦର ହେଉ ଯେତିକି ତୁମେ ଏବଂ ତୁମ ହସ। ହାପି ବର୍ଥ ଡେ ମୋ ରକୁଲପ୍ରୀତ ବୋଲି ସେ ଲେଖିଛନ୍ତି ।
