କାର୍ତ୍ତିକ ମାସରେ ହବିଷିଆଳିଙ୍କୁ ପୁରୀ ମନା
ପୁରୀ : ହବିଷିଆଳିଙ୍କୁ ପୁରୀ ମନା । କୋଭିଡ କଟକଣା ଯୋଗୁ କାର୍ତ୍ତିକ ମାସରେ ହବିଷିଆଳିଙ୍କୁ ପୁରୀ ଆସିବା ବାରଣ ହେଲା । ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ପୁରୀ ବଡଦାଣ୍ତ ସ୍ଥିତ ନୀଳାଦ୍ରି ଭକ୍ତ ନିବାସ ଠାରେ ଆଜି ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏହି ବୈଠକରେ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।
