ସବୁ ଥଣ୍ଡା ଜ୍ଵର କରୋନା ନୁହେଁ : ଡିଏମ୍ଇଟି
ଭୁବନେଶ୍ୱର : ଶୀତ ଋତୁ ଆରମ୍ଭରୁ ପିଲାଙ୍କ ଦେହରେ ଭାଇରାଲ ଫିଭର ଦେଖା ଦେଇଥାଏ । ଯେହେତୁ କିଛି ଦିନ ପୂର୍ବରୁ ବର୍ଷାଦିନ ଥିଲା, ଫଳରେ ଅଧିକ ଥଣ୍ଡା ଜ୍ଵର ହେଉଥିଲା। ମାତ୍ର ସବୁ ଥଣ୍ଡା ଜ୍ଵର କରୋନା ନୁହେଁ ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।
ସେହିପରି ଏହି ସମୟରେ ଶିଶୁଙ୍କ ଅଧିକ ଯନ୍ତ ନେବାର ଆବଶ୍ୟକତା ରହିଛି । ଏହାସହ ତୃତୀୟ ଲହରକୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ଆସି ନଥିବାରୁ ଏହାକୁ ଆମେ ତୃତୀୟ ଲହର କହିବା ଠିକ୍ ହେବନି । ପରିବାରର ମୁଖ୍ୟ ମାନେ ଅନେକ ସମୟରେ ବାହାରକୁ ଆସୁଛନ୍ତି। କିନ୍ତୁ କରୋନା କଟକଣା ପାଳନ କରୁନାହାନ୍ତି। ଫଳରେ ଏହା ଶିଶୁଙ୍କୁ ସଂକ୍ରମିତ କରୁଛି। ତେଣୁ ପାର୍ବଣ ସମୟରେ ସମସ୍ତଙ୍କୁ ଅନୁରୋଧ ଭିଡ଼କୁ ଯାଆନ୍ତୁ ନାହିଁ । ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ମଧ୍ୟ ସୁରକ୍ଷିତ ରଖନ୍ତୁ।
