୬ ଉଚ୍ଚ ନ୍ୟାୟାଳୟ ପାଇଁ ନିଯୁକ୍ତ ହେବେ ୨୩ ବିଚାରପତି
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟ କଲେଜିଅମ୍ର ବସିଥିବା ବୈଠକର ନିଷ୍ପତ୍ତି ଅନୁସାରେ ଛଅ ଉଚ୍ଚ ନ୍ୟାୟାଳୟ ପାଇଁ ନିଯୁକ୍ତ ହେବେ ୨୩ ଜଜ୍ । ଅତିରିକ୍ତ ଜଜ୍, ଓକିଲ କିମ୍ୱା ନ୍ୟାୟିକ ଅଧିକାରୀଙ୍କୁ ପଦୋନ୍ନତି ବା ନିଯୁକ୍ତି ଦିଆଯାଇ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପୂରଣ କରାଯିବାକୁ କୋର୍ଟ ବସିଥିବା ବୌଠକରେ ସୁପାରିଶ୍ କରିଛନ୍ତି ।
ମାଡ୍ରାସ୍ ହାଇକୋର୍ଟ ପାଇଁ ଶ୍ରୀ ସତ୍ୟ ନାରାୟଣ ପ୍ରସାଦ(ଓକିଲ)ଙ୍କୁ ଜଷ୍ଟିସ୍ ଭାବେ ନିଯୁକ୍ତି ଦେବା ପାଇଁ କୋର୍ଟ ସୁପାରିଶ କରିଛନ୍ତି । ରାଜସ୍ଥାନ ହାଇକୋର୍ଟ ପାଇଁ କୁଲଦୀପ ମାଥୁର, ମନୀଷ ଶର୍ମା, ରେଖା ବୋରନା, ସମୀର ଜୈନ ଏବଂ ନ୍ୟାୟିକ ଅଧିକାରୀ ଶୁଭ ମେହଟ୍ଟାଙ୍କୁ ଜଷ୍ଟିସ୍ ଭାବେ ନିଯୁକ୍ତ କରିଯିବା ପାଇଁ କଲେଜିୟମ୍ ସୁପାରିଶ୍ କରିଛନ୍ତି । ସେହିପରି ଆଲ୍ଲାବାଦ ହାଇକୋର୍ଟ ପାଇଁ ଓକିଲ ଅଭିଜ୍ଞତା ଥିବା ମନୁ ଖରେଙ୍କ ନାମରେ ମୋହର ମାରିଛନ୍ତି କଲେଜିୟମ୍ । କର୍ଣ୍ଣାଟକା ହାଇକୋର୍ଟ ପାଇଁ ୪ ଜଣ ଓକିଲଙ୍କୁ ନିଯୁକ୍ତି ମିଳିବ । ସେମାନେ ହେଲେ ଅନନ୍ତ ରାମନାଥ ହେଗଡେ, ଚେପୁଦିରା ମନୋପ୍ପା ପୁନାଚା, ସିଦାଇହ ରାଚାଇହ ଏବଂ କନ୍ନାନକୁଜିଲ୍ ଶ୍ରୀଧରନ୍ ହେମାଲେଖା । କୋଲକାତା ହାଇକୋର୍ଟ ପାଇଁ ସୌଭିକ ମିଟ୍ଟର (ଓକିଲ)ଙ୍କ ନାମକୁ ମୋହର ମାରିଛନ୍ତି କଲେଜିୟମ୍ ।
