ପୋଖରୀରେ ବୁଡି ଦୁଇ ଭଉଣୀ ମୃତ
ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଡକୋଣ୍ଡା ଗ୍ରାମ ପଚାଂୟତ ମଙ୍ଗ ଗ୍ରାମର ଅମ ପଡ଼ିଆମୀଙ୍କର ଦୁଇ ଝିଅ ରାଜେଶ୍ୱରୀ ପଡ଼ିଆମୀ ( ୬ ବର୍ଷ ) ଓ ଶିବାନି ପଡ଼ିଆମୀ (୩ ବର୍ଷ) ମଙ୍ଗ ଗ୍ରାମ ସ୍ଥିତ ପୋଖରୀ ନିକଟରେ ଖେଳୁ ଥିବା ବେଳେ ହଠାତ ଗୋଡ଼ ଖସି ଯିବାରୁ ପାଖେରୀରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଖବର ପାଇ ସ୍ଥାନୀୟ ସମିତି ସଭ୍ୟ ତଥା ବିଜେଡିର ବରିଷ୍ଠ ନେତା ଡାନିଆଲ ପୋଟଲା, ଗ୍ରାମବାସୀ ଏବଂ ମୃତକଙ୍କ ପରିବାର ଲୋକ ମାଲକାନଗିରି ଥାନାରେ ପହଂଚି ଏ ସଂକ୍ରାନ୍ତରେ ଏକ ଏତଲା ଦାୟର କରିଥିଲେ । ପୋଲିସ ମୃତ ଦୁଇ ଭଉଣୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ମାଲକାନଗିରି ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି ।
