ଦେଶରେ ଆଉ ୧୯,୭୪୦ କରୋନା ସଂକ୍ରମିତ ଚିହ୍ନଟ ଓ ୨୪୮ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୨୦୦ ଟପିଛି । ଦୈନିକ ପରୀକ୍ଷା କରାଯାଉଥିବା ନମୁନା ମଧ୍ୟରେ ସଂକ୍ରମଣ ହାର ୦.୭୦% ରହିଛି । ଏଥିସହିତ ଦେଶରେ ଦୈନିକ ସଂକ୍ରମିତଙ୍କ ହାର ୧.୫୬% ଓ ସାପ୍ତାହିକ ସଂକ୍ରମଣ ୧.୬୨% ରହିଛି । କରୋନାରୁ ଆରୋଗ୍ୟ ହାର ୯୭.୯୮%କୁ ବୃଦ୍ଧିପାଇଛି ।
ଶନିବାର ଗତ ୨୪ଘଣ୍ଟାରେ ୧୯ହଜାର ୭୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୮ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୨୩ହଜାର ୦୭୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୩୯ଲକ୍ଷ ୩୫ହଜାର ୩୦୯କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୫୦ହଜାର ୩୭୫ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୩୨ଲକ୍ଷ ୪୮ହଜାର ୨୯୧ଜଣ ସୁସ୍ଥ ହୋଇଥିବା ବେଳେ ୨ଲକ୍ଷ ୩୬ହଜାର ୬୪୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ବିଗତ ୨୦୬ ଦିନ ମଧ୍ୟରେ ଏହା ସର୍ବନିମ୍ନ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯୩.୯୯ କୋଟିରୁ ଅଧିକ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୯,୧୨,୨୦୨ ଟିକା। ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଅକ୍ଟୋବର ୮ ତାରିଖ ସୁଦ୍ଧା ସମୁଦାୟ ୫୮.୧୩ କୋଟି ପରୀକ୍ଷା କରାଯାଇଛି।
