କଳିଙ୍ଗା ଘାଟିରେ ଓଲଟିଲା ଟ୍ରକ୍, ଦୁଇ ଆହତ
କନ୍ଧମାଳ : କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ଦୁର୍ଘଟଣା । ରାସ୍ତାକଡକୁ ଓଲଟି ପଡିଲା ଟ୍ରକ୍ । ଦ୍ରୁତ ଗତିରେ ଘାଟିରୁ ଖସୁଥିବା ବେଳେ ଏପରି ଅଘଟଣ ଘଟିଥିବା କୁହାଯାଉଛି। ଟ୍ରକଟି କେଉଁ ସ୍ଥାନରୁ ଆସି କେଉଁଆଡେ ଯାଉଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ।
ସୂଚନା ଯେ, ଶନିବାର ସକାଳେ କଳିଙ୍ଗା ଘାଟିରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକଟି ଘାଟିରୁ ଖସୁଥିଲା। ତେବେ ଭାରସାମ୍ୟ ହରାଇ ଏହା ରାସ୍ତା କଡରେ ଓଲଟି ପଡିଥିଲା। ଯଦ୍ୱାରା ଟ୍ରକରେ ଥିବା ଦୁଇ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଜି ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
