୯୦୦ ଲିଟର ନକଲି ମଦ ଜବତ, ୩ ଗିରଫ
ବାଲେଶ୍ୱର : ବାଲେଶ୍ୱର ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ବର ଅବକାରୀ ଓଆଇସି ଦେବେନ୍ଦ୍ର କୁମାର ବେହେରା ଓ ୨୨ ଜଣିଆ ଏକ ଟିମ ମିଳିତ ଭାବେ ଚଢଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିଛନ୍ତି ।
ରାଜ୍ୟରେ ଚୋରା ମଦ କାରବାର ସହିତ ନକଲି ମଦ ବ୍ୟବସାୟ ମଧ୍ୟ ବେଧଡକ୍ ଚାଲିଛି । ଏମିତି କି ରାଜ୍ୟ ବାହାରୁ ମଧ୍ୟ ସହଜରେ ଏହି ନକଲି ମଦ ଚାଲାଣ କରାଯାଇ ରାଜ୍ୟ ଭିତରେ ବିକ୍ରି କରାଯାଉଛି । ରାଜ୍ୟ ରlଜପଥ ୫୭ ଜଳେଶ୍ୱର କମର୍ଦ୍ଦା ଥାନା ବାଟଗ୍ରାମ ଅଞ୍ଚଳରେ ଚଢାଉ କରି ଅନୁମାନିକ ୯୦୦ ଲିଟର ନକଲି ମଦ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ପୂଜା ପାଇଁ ଏହି ନକଲି ମଦ ପଶ୍ଚିମବଙ୍ଗରୁ ଏକ ଖୋଲା ଭ୍ୟାନରେ ଓଡିଶାକୁ ପ୍ରବେଶ କରିଥିଲା। ଭୋଗରାଇ ତହସିଲଦାରଙ୍କ ଉପସ୍ଥିତରେ ଜଳେଶ୍ୱର ଓ ଭୋଗରାଇ ଅବକାରୀ ଚଢ଼ଉ କରି ଏକ ମଦ ଭର୍ତ୍ତି ଭ୍ୟାନ ସହିତ ୩ ଜଣକୁ ଗିରଫ କରି ତଦନ୍ତ ଚଳାଇଛନ୍ତି। ଏହି ଚଢ଼ଉରେ ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡାଙ୍କ ସହିତ ଅବକାରୀ ବିଭାଗ ୨୨ ଜଣିଆ ଟିମ୍ ଚଢ଼ଉ କରିଥିଲେ।
