ପିକଅପ ଭର୍ତ୍ତି କେନ୍ଦୁ ପତ୍ର ଜବତ, ଡ୍ରାଇଭର ଅଟକ
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱରରୁ ଏକ ପିକଅପ ଭର୍ତ୍ତି କେନ୍ଦୁ ପତ୍ର ଜବତ । ଏହି ଘଟଣାରେ ଜଣେ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ଜଳେଶ୍ବର ବନ ବିଭାଗ ଦ୍ଵାରା ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରୁ ଜବତ କରାଯାଇଛି ।
ସୂଚନା ଯେ, କେନ୍ଦୁପତ୍ର ବୋଝେଇ ଗାଡି ଅନୁଗୁଳରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିଲା ବେଳେ ମାଡିବସିଥିଲା ବନବିଭାଗ । ବିପୁଳ ପରିମାଣର କେନ୍ଦୁପତ୍ର ଜବତ ହେବା ସହ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ଅଟକ ଡ୍ରାଇଭର ଜଣଙ୍କ ହେଲେ ରାକେଶ ପ୍ରଧାନ ।
