ଛାତ୍ରୀଛାତ୍ରଙ୍କ ଧାରଣା ଆଗରେ ମୁଣ୍ଡ ନୁଆଁଇଲା ଫକୀରମୋହନ ବିଶ୍ୱବିଦ୍ୟାଳୟ : ଅନଲାଇନ ପରୀକ୍ଷା ନେଇ ନୋଟିସ୍ ଜାରି
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜର ଯୁକ୍ତ ୩ ପ୍ରଥମ ସେମିଷ୍ଟାର ପରୀକ୍ଷା ଅନଲାଇନ ଜରିଆରେ କରିବା ପାଇଁ ଦାବି କରି ରେମୁଣା ଗୋଲେଇ ସ୍ଥିତ ପୁରୁଣା କ୍ୟାମ୍ପସ୍ ସମ୍ମୁଖରେ ଛାତ୍ରୀଛାତ୍ର ଧାରଣା ଦେଇଥିଲେ ।
ମହାମାରୀ କରୋନା ଯୋଗୁଁ ଅନଲାଇନ ପରୀକ୍ଷା ଦାବି କରି ଛାତ୍ରଛାତ୍ରୀ ପୂର୍ବରୁ ବହୁବାର ଦାବି ଜଣାଇ ଆସିଥିଲେ । ଏହାପରେ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଫଲାଇନ୍ରେ ପରୀକ୍ଷା ନେଇ ନୋଟିସ୍ ବାହାରିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ୪୦ଟି କଲେଜରୁ ପ୍ରାୟ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରେ ପହଞ୍ôଚ ଅନଲାଇନ ପରୀକ୍ଷା ପାଇଁ ଦାବି କରିଥିଲେ । ଆଲୋଚନା ପରେ ଶେଷରେ ଆସନ୍ତା ୨୧ ତାରିଖରୁ ଅନଲାଇନ ପରୀକ୍ଷା ହେବାନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନୋଟିସ୍ ଜାରି କରିଛନ୍ତି । ପରେ ଛାତ୍ରୀଛାତ୍ର ଆନ୍ଦୋଳନରୁ ଓହରି ଥିଲେ ।
