ଟି-୨୦ ବିଶ୍ଵ କପରେ ନୂଆ ଜର୍ସିରେ ନଜର ଆସିବ ଭାରତୀୟ ଦଳ
AHMEDABAD, INDIA - MARCH 18: India celebrate after Hardik Pandya of India dismisses Jason Roy of England during the 4th T20 International between India and England at Narendra Modi Stadium on March 18, 2021 in Ahmedabad, India. (Photo by Surjeet Yadav/Getty Images)
ନୂଆଦିଲ୍ଲୀ : ଟି-୨୦ ବିଶ୍ଵ କପରେ ଭାରତୀୟ ଦଳ ନୂଆ ଜର୍ସିରେ ନଜର ଆସିବ। ବିସିସିଆଇ ଟ୍ଵିଟ୍ କରି ଏହାର ସୂଚନା ଦେଇଛି। ନୂତନ ଜର୍ସିର ରଙ୍ଗ କିପରି ରହିବ ? ଏଥିରେ କଣ ଖାସ୍ ରହିବ ? ବିସିସିଆଇ ପକ୍ଷରୁ ବର୍ତ୍ତମାନ ଏହି ବିଷୟରେ କିଛି କୁହାଯାଇ ନାହିଁ। ହେଲେ ଭାରତୀୟ ଦଳର ନୂତନ ଜର୍ସି କେବେ ସାମ୍ନାକୁ ଆସିବ ତାର ତାରିଖ କ୍ରିକେଟ୍ ବୋର୍ଡ ଜଣାଇ ଦେଇଛି। ଦଳର ନୂତନ ଜର୍ସି ଅକ୍ଟୋବର ୧୩ ଅର୍ଥାତ ଆସନ୍ତା ବୁଧବାର ଲଞ୍ଚ ହେବ। ବିସିସିଆଇ କହିଛି, ଯେଉଁ ସମୟକୁ ଆମେ ଅପେକ୍ଷା କରିଥିଲୁ ତାହା ଅକ୍ଟୋବର ୧୩ରେ ଘୋଷଣା ହେବାକୁ ଯାଉଛି। କଣ ଆପଣ ଏହାକୁ ନେଇ ଉତ୍ସାହିତ ? ପ୍ରଶଂସକ ନିଜର ମନ ପସନ୍ଦର ପାରମ୍ପରିକ ନୀଳ ଜର୍ସିକୁ ଚାହିଁ ରହିଛନ୍ତି। ଏହି ନୀଳ ରଙ୍ଗର ଜର୍ସିକୁ ଭାରତୀୟ ଦଳର ପରିଚୟ କୁହାଯାଏ। ଏହି ନୀଳ ଜର୍ସି କାରଣରୁ ହିଁ ଟିମ୍ ଇଣ୍ଡିଆ ‘ମେନ୍ ଇନ ବ୍ଲୁ’ କୁହାଯାଏ।
ସୂଚନା ଯେ, ଭାରତୀୟ ଦଳ ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରୁ ଗାଢ ନୀଳ ରଙ୍ଗର ଜର୍ସି ପିନ୍ଧୁଛି। ଯାହା ୧୯୯୨ ବିଶ୍ଵ କପର ଜର୍ସି ସହ ସଂପୂର୍ଣ୍ଣ ମେଳ ଖାଉଛି। ଆରମ୍ଭରୁ ବିସିସିଆଇର ଉଦ୍ଦେଶ୍ୟ ଥିଲା ଯେ, ଗାଢ ନୀଳ ରଙ୍ଗର ଜର୍ସି କେବଳ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ରେ ବ୍ୟବହାର ହେବ। ହେଲେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ଯାଏଁ ଏହି ଜର୍ସିର ବ୍ୟବହାର କରି ଆସିଛି। ୟୁଏଇ ଓ ଓମାନରେ ଖେଳାଯାଉଥିବା ଟି-୨୦ ବିଶ୍ଵ କପ୍ରେ ଭାରତ ନିଜର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ। ଏହି ହାଇ ଭୋଲଟେଜ୍ ମ୍ୟାଚ୍ ଅକ୍ଟୋବର ୨୪ରେ ଖେଳାଯିବ। ହେଲେ ସୁପର-୧୨ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୩ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ।
