ଏଣିକି ୟୁନିଫର୍ମରେ ନଜର ଆସିବେ ସଫେଇ କର୍ମଚାରୀ
ନୂଆଦିଲ୍ଲୀ : ଏଣିକି ୟୁନିଫର୍ମରେ ନଜର ଆସିବେ ସଫେଇ କର୍ମଚାରୀ । ଗାଢ ହଳଦିଆ ଟ୍ରାକ୍ ସୁଟ୍ ରେ ରାସ୍ତା ସଫା କରୁଥିବା ଦେଖିବାକୁ ମିଳିବ। ଟ୍ରାକ୍ ସୁଟ୍ରେ ନିଗମର ‘ଲୋଗୋ’ ଉପରେ ଲଗାଯିବ । ଏଥିରେ ସେମାନଙ୍କୁ ଚିହ୍ନିବା ସହଜ ହେବ । ନିଗମ ଅଧିକାରୀମାନେ କହିଛନ୍ତି ଯେ ଶୀତ ଦିନ ପୂର୍ବରୁ କର୍ମଚାରୀମାନଙ୍କୁ ଏହି ନୂଆ ୟୁନିଫର୍ମ ଯୋଗାଇ ଦିଆଯିବ। ସେମାନଙ୍କ କିଣିବା ପାଇଁ ଶୀଘ୍ର ଏହି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ।
ସୂଚନା ଯେ, ୨୦୧୭ ମସିହାରୁ ଡେମସ୍ ବିଭାଗର ସଫେଇ କର୍ମଚାରୀ (ପୁରୁଷ ଏବଂ ମହିଳା) କୁ କୌଣସି ପ୍ରକାରର ୟୁନିଫର୍ମ ଯୋଗାଇ ଦିଆଯାଉ ନାହିଁ। ସେମାନଙ୍କର ସଂଖ୍ୟା ପ୍ରାୟ ୨୨ ହଜାର ହେବ । ଦୀର୍ଘ ଦିନ ଧରି ୟୁନିଫର୍ମ ଯୋଗାଇବାକୁ ସେମାନେ ଦାବି କରିଆସୁଥିଲେ। ଏହି ପ୍ରସ୍ତାବକୁ ନେଇ କୁହାଯାଇଛି କି ପୁରୁଷ କର୍ମଚାରୀମାନେ ହଳଦିଆ ରଙ୍ଗର ଟ୍ରାକ୍ ସୁଟ୍ ଏବଂ ମହିଳା ସଫେଇ କର୍ମଚାରୀମାନେ ସାଲୱାର କମିଜ୍ ସହ ଓଢଣୀରେ ମହିଳା ସୁଟ୍ ପ୍ରଦାନ କରାଯିବା ତେବେ ନିଗମ କମିଟିର ସଭାପତି କର୍ଣ୍ଣେଲ ବିଆର ଓବରୋଇ କହିଛନ୍ତି ଯେ କି ନୂଆ ୟୁନିଫର୍ମ ଭାବରେ ଶୀତ ଆସିବା ପୂର୍ବରୁ ସଫେଇ କର୍ମଚାରୀଙ୍କୁ ଏହି ଟ୍ରାକସୁଟ୍ ଯୋଗାଇ ଦିଆଯିବ। ତେବେ ଏନେଇ ଚାରୋଟି ଜୋନ୍ର କର୍ମଚାରୀଙ୍କ ସଂଖ୍ୟା ସହ ଏକ ତାଲିକା ପ୍ରସ୍ତୁତ କରାଯାଉଛି ।
