ଦିଲ୍ଲୀରେ ନିର୍ମାଣ ହେବ ଦେଶର ପ୍ରଥମ ଅତ୍ୟାଧୁନିକ ସରକାରୀ ବିଦ୍ୟାଳୟ
ନୂଆଦିଲ୍ଲୀ : ଦିଲ୍ଲୀରେ ପାଇଭ୍ ଷ୍ଟାର ସ୍କୁଲ ନିର୍ମାଣ ପାଇଁ ଯୋଜନା ଆରମ୍ଭ କରୁଛନ୍ତି ଦିଲ୍ଲୀ ସରକାର । ପିଲାମାନଙ୍କର ଉନ୍ନତ ଶିକ୍ଷା ପାଇଁ ନୂତନ ଯୋଜନା ଆରମ୍ଭ କରିଆସୁଥିବା ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ରାଜଧାନୀର ମେହେରାମ ନଗରରେ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି । ଯେଉଁଥିରେ ଅନେକ କ୍ରୀଡା ସମେତ ସୁଇମିଂ ପୁଲ ଭଳି ସମସ୍ତ ସୁବିଧା ରହିବ। ଏହା ଦେଶର ରଥମ ଫାଇଭ୍ ଷ୍ଟାର ବିଦ୍ୟାଳୟ ଭାବେ ଗଢି ଉଠିବ । ସେହିପରି ପିଲାମାନେ ଏହି ବିଦ୍ୟାଳୟର ଛାତରେ ବାସ୍କେଟବଲ, ଟେନିସ୍ ଏବଂ ଭଲିବଲ୍ ଖେଳୁଥିବା ଦେଖିବାକୁ ମିଳିବ। ବିଦ୍ୟାଳୟକୁ ବିଶ୍ୱ ସ୍ତରୀୟ କରିବା ଦିଗରେ ପଦକ୍ଷେପ ନେଇ ଦିଲ୍ଲୀ ସରକାର ପିଲାମାନଙ୍କର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଏହି ବିଲ୍ଡିଂର ପରିକଳ୍ପନା କରିଛନ୍ତି। ବିଦ୍ୟାଳୟରେ ଅଧ୍ୟୟନ ସହିତ କ୍ରୀଡ଼ାର ମଧ୍ୟ ଯତ୍ନ ନିଆଯିବ ବୋଲି ମନୀଷ ସିସୋଡିଆ କହିଛନ୍ତି ।
ଏଥିରୁ ସ୍ପଷ୍ଟ ଯେ ବେସରକାରୀ ବିଦ୍ୟାଳୟରେ ଉପଲବ୍ଧ ସମସ୍ତ ସୁବିଧା ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ଏହି ଅତ୍ୟାଧୁନିକ ବିଦ୍ୟାଳୟରେ ଦିଆଯିବ। ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନେ ମଧ୍ୟ ଅତ୍ୟାଧୁନିକ ସୁବିଧା ମାଧ୍ୟମରେ ଉନ୍ନତ ଶିକ୍ଷା ଗ୍ରହଣ କରିପାରିବେ। ଦିଲ୍ଲୀର ମେହରାମ ନାଗରରେ ନିର୍ମିତ ହେବାକୁ ଥିବା ସ୍କୁଲ ଅଫ୍ ସ୍ପେଶାଲାଇଜଡ୍ ଏକ୍ସଲେନ୍ସ ଉପରେ ପ୍ରାୟ ୩୯.୭୩ କୋଟି ଟଙ୍କା ଖର୍ଚ୍ଚ ହେବ। କେବଳ ଏତିକି ନୁହେଁ, ଏହି ବିଦ୍ୟାଳୟ ଏକ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଯିବ। ଏଥିସହ ଏହା ଦେଶର ପ୍ରଥମ ଅତ୍ୟାଧୁନିକ ସରକାରୀ ବିଦ୍ୟାଳୟ ହେବ ବୋଲି ଦାବି କରାଯାଉଛି।
