ମିଳିଲାନି ବେଲ୍, ଜେଲ୍ ଗଲେ ଆର୍ଯ୍ୟନ୍
ମୁମ୍ୱାଇ : ବଲିଉଡ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ମିଳିଲାନି ବେଲ୍ । ଶେଷରେ ଜେଲ୍ ଗଲେ ଆର୍ଯ୍ୟନ୍ । ମୁମ୍ବାଇର ଜିଲା କୋର୍ଟରେ ଜାମିନ୍ ଆବେଦନ ନେଇ ଶୁଣାଣି ପରେ ଏହି ନିଷ୍ପତ୍ତି ହୋଇଛି । ମୁମ୍ବାଇର ଆର୍ଥର ରୋଡ ଜେଲ୍ ଯାଇଛନ୍ତି ଆର୍ଯ୍ୟନ୍ ଖାନ୍ । ହସ୍ପିଟାଲରେ ଆର୍ଯ୍ୟନ୍ଙ୍କ କୋଭିଡ଼ ଟେଷ୍ଟ ଓ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି । ପରେ ଏନ୍ସିବି ହେପାଜତରୁ ବିଚାର ବିଭାଗୀୟ ହାଜତ ଯାଇଛନ୍ତି ଆର୍ଯ୍ୟନ୍ ଖାନ୍ । ଆର୍ଯ୍ୟନ୍ ଖାନ୍ ଗତ ୭ ଦିନ ଧରି ଏନସିବି ହେପାଜତରେ ରହିଥଲେ ।
ସୂଚନା ଯେ, ମୁମ୍ବାଇରୁ ଗୋଆ ଯିବାକୁ ଥିବା ଏକ କ୍ରୁଜ୍ ଜାହାଜରେ ଚାଲୁଥିବା ଡ୍ରଗ୍ ପାର୍ଟିର ସାମିଲ ଥିବାରୁ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଗିରଫ କରିଥିଲା । ଅକ୍ଟୋବର ୨ ଶନିବାର ଦିନ ତାଙ୍କୁ ଏନସିବି ଗିରଫ କରିଥିଲା। ତେବେ ଆର୍ଯ୍ୟନ ଖାନଙ୍କ ପାଖରୁ କୌଣସି ଡ୍ରଗ୍ସ ଜବତ କରାଯାଇ ନାହିଁ ବୋଲି କୁହାଯାଇଥିଲା ।
