ଆଇପିଏଲ-୨୦୨୧ : ଚେନ୍ନାଇ ବିପକ୍ଷରେ ଟସ ଜିତି ପଞ୍ଜାବର ବ୍ୟାଟିଂ ନିଷ୍ପତ୍ତି
ଦୁବାଇ : ଆଇପିଏଲ୍ର ୫୩ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ । ଏହି ଉଭୟଙ୍କ ଶେଷ ଲିଗ୍ ମ୍ୟାଚ୍ । ଏଥିରେ ଟସ ଜିତି ପଞ୍ଜାବ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବ। ଚେନ୍ନାଇ ଏହି ମ୍ୟାଚ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ । ପ୍ଲେ-ଅଫ୍ରେ ପ୍ରବେଶ କରିବା ପାଇଁ ପଞ୍ଜାବ କିଙ୍ଗ୍ସ ନିକଟରେ ଆଉ ସୁଯୋଗ ନାହିଁ । କେବଳ ସୁପରକିଙ୍ଗ୍ସ ବିପକ୍ଷରେ ପୂର୍ବ ପରାଜୟ ନେବାକୁ ଦଳ ପ୍ରୟାସ କରିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍ରୁ ସୁପରକିଙ୍ଗ୍ସ ୪ଟି ମ୍ୟାଚ୍ ଜିତିଛି ।
ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ଅସ୍ଥିର ପ୍ରଦର୍ଶନ ପାଇଁ ପରିଚିତ ପଞ୍ଜାବ କିଙ୍ଗ୍ସକୁ ଭେଟିବ। ଏହି ମ୍ୟାଚ୍ରେ ଚେନ୍ନାଇ ନିଶ୍ଚିତ ଭାବେ ଫେବରିଟ୍ ଦଳର ଆଖ୍ୟା ନେଇ ପଡ଼ିଆକୁ ଓହ୍ଲାଇବ। ଅବଶ୍ୟ ପଏଣ୍ଟ ଟେବୁଲର ଶୀର୍ଷ ଦୁଇ ସ୍ଥାନରେ ଥିବା ଚେନ୍ନାଇ ତାର ଗତ ଦୁଇ ମୁକାବିଲାରେ ପରାଜିତ ହୋଇଛି। ସେଥିପାଇଁ ଗୁରୁବାର ବିଜୟ ଧାରାକୁ ଫେରିବା ସହ ପଏଣ୍ଟ ତାଲିକାରେ ଏହି ସ୍ଥାନ ବଜାୟ ରଖିବାକୁ ଚେନ୍ନାଇ ଆପ୍ରାଣ ଉଦ୍ୟମ କରିବ। ତିନିଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସର ଯୁବ ତାରକା ଋତୁରାଜ ଗାଏକ୍ବାଡ୍ ଚମତ୍କାର ଫର୍ମରେ ଅଛନ୍ତି। ଦକ୍ଷିଣ ଆଫ୍ରିକୀୟ ତାରକା ଫାଫ୍ ଡୁ’ ପ୍ଲେସିସ୍ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ଅମ୍ବାତି ରାୟୁଡୁ ମଧ୍ୟକ୍ରମରେ ଭଲ କରି ଚାଲିଛନ୍ତି। ସୁରେଶ ରାଇନାଙ୍କ ସହ ଅଧିନାୟକ ଧୋନିଙ୍କ ଦୁର୍ବଳ ଫର୍ମ କିନ୍ତୁ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ରବୀନ୍ଦ୍ର ଜାଦେଜା, ଦୀପକ ଚହର, ଶାର୍ଦୁଳ ଠାକୁର, ଜୋସ୍ ହାଜେଲଉଡ୍, ଡ୍ବେନ୍ ବ୍ରାଭୋ ଯେ କୌଣସି ମୁହୂର୍ତ୍ତରେ ମ୍ୟାଚ୍ର ମୋଡ଼ ବଦଳାଇବାକୁ ପୂରା ସକ୍ଷମ। ଚେନ୍ନାଇ ସଂପ୍ରତି ୧୩ ମ୍ୟାଚ୍ରୁ ୯ ବିଜୟ ହାସଲ କରି ୧୮ ପଏଣ୍ଟରେ ରହିଛି। ସେପଟେ ଦ୍ବିତୀୟ ଚରଣର କେତେକ ଜିତିବା ମ୍ୟାଚ୍କୁ ହାରିଥିବା ପଞ୍ଜାବ କ୍ରମାଗତ ଭାବେ ଅସ୍ଥିର ଖେଳ ଖେଳୁଛି। ଏହି ସଳ ୧୩ ମ୍ୟାଚ୍ରୁ ୧୦ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଏଣୁ ଗୁରୁବାର ବିଜୟୀ ହେଲେ ମଧ୍ୟ ଏହି ଦଳକୁ ପ୍ଲେ ଅଫ୍ ଯିବା ଲାଗି ରନ୍ ରେଟ୍ ଉପରେ ନିର୍ଭର କରିବାକୁ ହେବ। ଏହି ଦଳର ଅଧିନାୟକ କେଏଲ୍ ରାହୁଲ କିନ୍ତୁ ୫୨୮ ରନ୍ କରି ସମସ୍ତଙ୍କ ମନ ଜିତି ନେଇଛନ୍ତି। ମହମ୍ମଦ ସାମି (୧୮ ୱିକେଟ୍), ଅର୍ଶଦୀପ ସିଂହ (୧୬ ୱିକେଟ୍) ମଧ୍ୟ ଭଲ କରୁଛନ୍ତି। ହେଲେ ଦଳଗତ ଭାବେ ଏହି ଦଳ ଯେମିତି ପ୍ରଦର୍ଶନ କରିବା କଥା ସେମିତି କରି ପାରିନାହିଁ। ପୂର୍ବ ମୁକାବିଲାକୁ ଦେଖିଲେ ଦୁଇ ଦଳ ପରସ୍ପର ସହ ୨୪ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ୧୫ ମ୍ୟାଚ୍ ଜିତି ଚେନ୍ନାଇ ଢେର ଆଗରେ ରହିଛି। ଅନ୍ୟପକ୍ଷରେ ପଞ୍ଜାବ ମାତ୍ର ୯ ମ୍ୟାଚ୍ରେ ବିଜୟୀ ହୋଇଛି।
