ଗ୍ୟାସ ଷ୍ଟୋଭ ଫାଟି ଯୁବକ ଗୁରୁତର
ବାରିପଦା : ବାରିପଦା ଟାଉନ ଥାନା ଅନ୍ତର୍ଗତ ଭଞ୍ଜପୁରରେ ଗ୍ୟାସ ଷ୍ଟୋଭ ଫାଟି ଯୁବକ ଗୁରୁତର । ଗୁରୁତର ଯୁବକ ହେଲେ ବାରିପଦା ଅଞ୍ଚଳର ଶ୍ରୀତମ ପାଣିଗ୍ରାହୀ । ଭଡ଼ା ଘରେ କେହି ନଥିବା ବେଳେ ରୋଷେଇ ପାଇଁ ଗ୍ୟାସ ଚୁଲା ଲଗାଉଥିବା ବେଳେ ଏମିତି ଅଘଟଣ ଘଟିଥିବାର ଜଣାପଡିଛି ।
ଗ୍ୟାସ ଷ୍ଟୋଭ ଫାଟିବାର ଜାଣି ପଡୋଶୀ ଲୋକେ ଉଦ୍ଧାର ପାଇଁ ଆସିଥିଲେ । ଫଳରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଶରୀରର ଶତକଡ଼ା ୯୦ଭାଗ ଜଳି ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏନେଇ ବାରିପଦା ଟାଉନ ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
