ଭାରସାମ୍ୟ ହରାଇ ଓଲଟିଲା ଓଟୋ : ଜଣେ ମୃତ, ୬ ଆହତ
କେନ୍ଦୁଝର : କେନ୍ଦୁଝର ଜିଲା ପାଟଣା ଥାନା ୨୨୦ନମ୍ବର ଜାତୀୟ ରାଜପଥ ଖଜୁରିଡିହା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଓଟୋ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଅଟୋଟି ସାହାରପଡା ପଟରୁ ପାଟଣା ଅଭିମୁଖେ ଯାଉଥିଲା । ଠିକ୍ ଏହି ସମୟରେ ରାସ୍ତାରେ ଏକ ବଳଦକୁ ବଞ୍ଚାଇବାକୁ ଯାଇ ଓଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯାହାଫଳରେ କି ଗାଡ଼ିରେ ଥିବା ଜଣ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ସମସ୍ତ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଅଟୋ ଚାଳକ ଫେରାର ହୋଇଯାଇଛନ୍ତି ।
