ଏସଟିଏଫ ଚଢ଼ାଉ : ଚିତାବାଘ ଛାଲ ଜବତ, ଜଣେ ଗିରଫ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବାଘ ଛାଲ ବେପାରୀଙ୍କ ପ୍ରାଦୁର୍ଭାବ ବଢି ଚାଲିଛି । ଏହି ପରିପ୍ରେକ୍ଷୀରେ ପୁଣି ଏସଟିଏଫ ପଞ୍ଝାରେ ବାଘଛାଲ ବେପାରୀ । ବାଘ ଛାଲ ଡିଲ୍ ଚାଲିଥିବା ବେଳେ ବେପାରୀଙ୍କୁ ମାଡି ବସିଲା ଏସଟିଏଫ । କନ୍ଧମାଳ ଜିଲା ବାଲିଗୁଡା ସିପ୍ତିଗୁଡା ଗାଁରେ ଡିଲ୍ ଚାଲିଥିବା ବେଳେ ଏସଟିଏଫର ଚଢାଉ । ବାଲିଗୁଡା ବନ ବିଭାଗ ଅଧିକାରୀଙ୍କ ସହାୟତାରେ ଚଢାଉ କରିଥିଲା ଏସଟିଏଫ ।
ଆଜି ସିପ୍ତିଗୁଡାରେ ଚିତାବାଘ ଛାଲ ଡିଲ୍ ହେଉଥିବା ନେଇ ଏସଟିଏଫ୍ ଟିମ୍ ବିଶ୍ୱସ୍ତ ସୁତ୍ରରୁ ଜାଣିପାରିଥିଲା । ବାରିପଦା ବନ ବିଭାଗ ସହଯୋଗରେ ଏସ୍ଟିଏଫ୍ ଟିମ୍ ଚଢାଉ କରି ଚିତାବାଘ ଛାଲ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ବେପାରୀ ହେଲେ ବାଲିଗୁଡା ହାଟପଦା ସାହିର ବିଦ୍ୟାଧର ନାୟକ । ତା ନିକଟରୁ ଗୋଟିଏ ବାଘ ଛାଲ ଜବତ ହୋଇଛି । ସୂଚନା ଯେ, ଗତ ବର୍ଷକମଧ୍ୟରେ ଏସଟିଏଫ ୧୬ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୪ଟି ଜୀବନ୍ତ ବଜ୍ରକାପ୍ତା ଏବଂ ୧୫ କେଜି ବଜ୍ରକାପ୍ତା କାତି ଜବତ କରିବା ସହ ୩୩ ଜଣ ଅପରାଧୀଙ୍କୁ ଗିରଫ କରିଛି ।
