କରୋନାରେ ସଂକ୍ରମିତ ହେଲେ ଓଡ଼ିଆ ଅଭିନେତ୍ରୀ ଉଷଶୀ ମିଶ୍ର
ଭୁବନେଶ୍ୱର : କରୋନାରେ ସଂକ୍ରମିତ ହେଲେ ପୁଣି ଜଣେ ଓଡ଼ିଆ ଅଭିନେତ୍ରୀ । ଓଡ଼ିଆ ଅଭିନେତ୍ରୀ ଉଷଶୀ ମିଶ୍ରଙ୍କୁ କରୋନା। ତାଙ୍କର କୋଭିଡ୍ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି। ଆର୍ଟିପିସିଆର ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଉଷଶି ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଗତ କିଛିଦିନ ଧରି ଯେଉଁମାନେ ତାଙ୍କ ସହ ଯୋଗାଯୋଗରେ ଆସିଛନ୍ତି କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି ।
