ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
କେନ୍ଦୁଝର : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ପ୍ରଥମେ ଯୁବକଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି । କେନ୍ଦୁଝର ଜିଲା ଘଷିପୁରା ଥାନା ସରେଇ ଗାଁରେ ଘଟିଛି ଘଟଣା ।
ସୂଚନା ଯେ, ସରେଇ ଗାଁର ଜୟନ୍ତ ସାହୁ ଗାଁ ନିକଟ କୁଶେଇ ନଦୀପଠାରେ ଶୌଚ ହୋଇଥିବା ଫେରୁଥିଲେ । ଏହି ସମୟରେ ଗାଁର ପ୍ରଶାନ୍ତ ସାହୁ ତାଙ୍କୁ କୁରାଢିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛନ୍ତି । ପ୍ରଶାନ୍ତ ଘରେ ଘରୋଇ ବିବାଦକୁ କେନ୍ଦ୍ର କରି ନିଜ ବଡ଼ଭାଇଙ୍କୁ ମାରିଥିଲେ । ଏହାକୁ ବିରୋଧ କରିଥିଲେ ଜୟନ୍ତ । ତେବେ ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରଶାନ୍ତ, ଜୟନ୍ତଙ୍କୁ ଗାଳିଗୁଳଜ କରିବା ସହ ମାରିବାକୁ ଧମକ ଦେଇଥିଲେ । ଜୟନ୍ତ ଗାଁ ନଦୀରୁ ଶୌଚ ହୋଇ ଫେରୁଥିବା ବେଳେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜୟନ୍ତ ଗୁରୁତର ହୋଇଥିଲା । ଜୟନ୍ତଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବ ଘଟଣାକୁ ରାଗ ରଖି ପ୍ରଶାନ୍ତ ଆକ୍ରମଣ କରିଥିବା ଜୟନ୍ତଙ୍କ ମାଆ ଅଭିଯୋଗ କରିଛନ୍ତି ।
