ବଲିଉଡ୍ ଷ୍ଟାରଙ୍କ ସ୍ତ୍ରୀମାନେ ନିଅନ୍ତି ଡ୍ରଗ୍ସ : ଶର୍ଲିନ୍
ମୁମ୍ବାଇ : ବଲିଉଡର କିଙ୍ଗ ଖାନ୍ ଶାହାରୁଖଙ୍କ ବିରୋଧରେ ଆସିଛି ବଡ ଅଭିଯୋଗ। ବିବାଦୀୟ ଅଭିନେତ୍ରୀ ଶର୍ଲିନ୍ ଚୋପ୍ରା ତାଙ୍କ ନାଁ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଶାହାରୁଖ ଖାନ୍ଙ୍କ ପାର୍ଟିରେ ବଲିଉଡର ଷ୍ଟାରମାନଙ୍କ ସ୍ତ୍ରୀମାନେ କେଉଁଠି ନେଉଛନ୍ତି ଧଳା ପାଉଡର । ସେମାନେ ଏହି ଧଳା ପାଉଡର ତଥା ଜହରକୁ ସେବନ କରୁଥିବା ନେଇ ସେ ଦାବି କରିଛନ୍ତି । ପ୍ରକୃତରେ ଶର୍ଲିନ୍ ଚୋପ୍ରା ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୁରୁଣା ଇଣ୍ଟରଭ୍ୟୁର ଭିଡିଓକୁ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଶାହାରୁଖ ଖାନ୍ଙ୍କ ସହ ଜଡିତ ଏକ ପାର୍ଟି ବିଷୟରେ ଉଲ୍ଲେଖ କରିଛନ୍ତି। ତେବେ ଏହି ଭିଡିଓରେ ଶର୍ଲିନ କହିଛନ୍ତି, କି ‘ଯେତେବେଳେ ମୁଁ ନାଚି ନାଚି ଥକି ଯାଇଥିଲି, ମୁଁ ସେତେବେଳେ ୱାଶରୁମ୍ ଆଡକୁ ଯାଇଥିଲି। ମୁଁ ୱାଶରୁମ୍ ଯିବାକୁ କବାଟ ଖୋଲିଲି, ତା’ ଭିତରର ଯେଉଁ ଦୃଶ୍ୟ ଦେଖିଲି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ କୌଣସି ଭୁଲ ସ୍ଥାନକୁ ଚାଲି ଆସିଲି ବୋଲି ମୋତେ ଲାଗିଲା।କିନ୍ତୁ ସେଠାରେ ବଲିଉଡ ଷ୍ଟାରଙ୍କ ପତ୍ନୀମାନେ ମିରର ସାମ୍ନାରେ ଠିଆ ହୋଇ ଧଳା ପାଉଡର ନେଉଥିଲେ।
ଏନେଇ ଶର୍ଲିନ ଆହୁରି ମଧ୍ୟ କହିଛନ୍ତି, ଏଭିଳ ଦୃଶ୍ୟ ଦେଖି ମୁଁ ଏହାକୁ ଦେଖି ତାଜୁବ୍ ହୋଇଯାଇଛି। ଏହା ଦେଖିବା ପରେ ମୋତେ ଜୋରଦାର ଧକ୍କା ଲାଗିଥିଲା। ମୁଁ ସେହି ଷ୍ଟାରମାନଙ୍କ ପତ୍ନୀଙ୍କ ଆଡକୁ ଦେଖିକି ହସିଲି। ତାଙ୍କ କାର୍ଯ୍ୟକୁ ଅଣଦେଖା କରିବା ଭଲ ବୋଲି ଭାବିଲି। ମୁଁ ଦେଖିଲି ସମସ୍ତେ ନିଜ ଭିତରେ ହଜି ଯାଇଛନ୍ତି । ଏହା ପରେ ମୁଁ ଶାହାରୁଖ ଖାନ ଏବଂ ତାଙ୍କ ବନ୍ଧୁଙ୍କୁ କହି ସେଠାରୁ ଚାଲିଗଲି। ସେଦିନ ମୁଁ ବୁଝିଲି ଯେ, ବଲିଉଡରେ ଏଭଳି ବହୁତ ପାର୍ଟି ହେଉଛି।’ ବର୍ତ୍ତମାନ ଶର୍ଲିନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି। ଡ୍ରଗ୍ସ ମାଲାରେ ଆର୍ଯ୍ୟନ୍ ଖାନ୍ ଗିରଫ ହେବା ପରେ ଏହି ଖବର ବି-ଟାଉନରେ ହଇଚଇ ସୃଷ୍ଟି କରିଛି। ଅନେକ ସେଲେବ୍ରିଟି ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ତାଙ୍କୁ ଅସମର୍ଥନ କରୁଥିବାର ଦେଖିବାକୁ ମିଳିଛି।
