ଆରପାରିରେ ରାବଣ, ହୃଦଘାତରେ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ମୃତ୍ୟୁ
ମୁମ୍ବାଇ : ମନୋରଞ୍ଜନ ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ରମାନନ୍ଦ ସାଗରଙ୍କ ପୌରାଣିକ ଟିଭି ଶୋ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀ ଏହି ଦୁନିଆକୁ ବିଦାୟ ଦେଇଛନ୍ତି ।
ସୂଚନା ଯେ, ମଙ୍ଗଳବାର ରାତିରେ ୮୨ ବର୍ଷିୟ ଅରବିନ୍ଦ ତ୍ରିବେଦୀଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ଅରବିନ୍ଦ ଦୀର୍ଘ ଦିନ ଧରି ବୟସ ସମ୍ବନ୍ଧୀୟ ରୋଗ ସହ ଲଢେଇ କରୁଥିଲେ। ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲହରି ଅରବିନ୍ଦଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ସୁନୀଲ ଟ୍ୱିଟରରେ ଲେଖିଛନ୍ତି, ‘ଅତ୍ୟନ୍ତ ଦୁଃଖଦ ଖବର ଯେ ଆମର ପ୍ରିୟ ଅରବିନ୍ଦ ଭାଇ ଆଉ ଆମ ସହିତ ନାହାଁନ୍ତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ମୁଁ ମୋର ପିତା, ମୋର ମାର୍ଗଦର୍ଶକ ଏବଂ ଜଣେ ଚମତ୍କାର ବ୍ୟକ୍ତିଙ୍କୁ ହରାଇଛି । ସୁନୀଲ ଲାହିରିଙ୍କ ବ୍ୟତୀତ ଅନେକ ସେଲିବ୍ରେଟ ଏବଂ ପ୍ରଶଂସକ ସୋସିଆଲ ମିଡିଆରେ ଅରବିନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
