ଆଇପିଏଲ-୨୦୨୧ : ରାଜସ୍ଥାନକୁ ୯୦ ରନରେ ରୋକିଲା ମୁମ୍ବାଇ
ଶାରଜାହ : ଆଇପିଏଲର ଆଜିର ମ୍ୟାଚ୍ରେ ସାମ୍ନାସାମ୍ନୀ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ । ଉଭୟ ଟିମ ପାଇଁ ଆଜିର ଏହି ମ୍ୟାଚ୍ କର ବାର ମର ହୋଇଥିବା ବେଳେ ଦମ ଲଗାଇଦେଇଛି ମୁମ୍ବାଇ । ଚଳିତ ଆଇପିଏଲର ୫୧ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିଛି ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ। ଉକ୍ତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବୋଲିଂ ଆଟାକ୍ ଆଗରେ ଆତ୍ମସମର୍ପଣ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୯୦ ରନ୍ କରିଛି। ଫଳରେ ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିବା ପାଇଁ ମୁମ୍ବାଇକୁ ମାତ୍ର ୯୧ ରନ୍ କରିବାକୁ ପଡ଼ିବ। ତା’ ଛଡ଼ା ମୁମ୍ବାଇ କମ୍ ଓଭର ଭିତରେ ଏହି ଲକ୍ଷ୍ୟକୁ ହାସଲ କରି ନେଟ୍ ରନରେଟ୍ ବଢ଼ାଇବାକୁ ଚାହିଁବ।
ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଏମ୍ଆଇ ପାଇଁ ଲାଭଦାୟକ ହୋଇଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୯୦ ରନ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ । ମୁମ୍ବାଇକୁ ଜିତିବାକୁ ହେଲେ ୯୧ ରନ କରିବାକୁ ହେବ । ରାଜସ୍ଥାନର ବ୍ୟାଟ୍ସମ୍ୟାନମାନେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ସମ୍ପୂର୍ଣ୍ଣ ଆତ୍ମ ସମର୍ପଣ କରିଦେଇଛନ୍ତି । କୌଣସି ଜଣେ ବି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ଓପନର ଇଭିନ୍ ଲୁଇସ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋରରେ ବଦଳାଇପାରିନଥିଲେ । ବ୍ୟକ୍ତିଗତ ଭାବେ ସେ ୨୪ ରନ କରି ଆଉଟ ହୋଇଥିବା ବେଳେ ଯଶସ୍ବୀ ଜୟସ୍ବାଲ ୧୨ରନ, ସଞ୍ଜୁ ସାମସନ ୩, ଶିବମ ଦୁବେ ୩ ରନ, ଗ୍ଲେନ୍ ଫିଲିପ୍ସ ୪ ରନ, ଡେଭିଡ ମିଲର ୧୫, ରାହୁଲ ତେଓ୍ବାତିୟା ୧୨, ଶ୍ରେୟସ ଗୋପାଳ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଚେତନ୍ ସକାରିୟା ୬ ରନ କରି ଆଉଟ ହୋଇଛନ୍ତି । ମୁସ୍ତଫିଜୁର ରେହମାନ ୮ ରନ ଏବଂ କୁଳଦୀପ ଯାଦବ ୦ ରନ କରି ନଟ୍ ଆଉଟ ଅଛନ୍ତି । ଜେମସ୍ ନିସାମ ଏବଂ ନାଥାନ କ୍ବିଲ୍ଟର ନାଇଲ୍ ଦମଦାର ବୋଲିଂ କରି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ନିସାମ ୪ ଓଭରରେ ମାତ୍ର ୧୨ ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ, ଯଶପ୍ରୀତ ବୁମରାହ ୪ ଓଭରରେ ୧୪ ରନ ଦେଇ ୨ ଓ୍ବିକେଟ ନେଇଛନ୍ତି । ସେହିଭଳି ଜୟନ୍ତ ଯାଦବ ୨ ଓଭରରେ ୧୭ରନ, କିରଣ ପୋଲାର୍ଡ ୨ ଓଭରରେ ୯ରନ, ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୨୪ ରନ, ନାଥାନ କ୍ବିଲ୍ଟର ନାଇଲ୍ ୪ ଓଭରରେ ୧୪ ରନ ୪ ଓ୍ବିକେଟ ନେଇଛନ୍ତି ।
