ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ
ଭୁବନେଶ୍ୱର : ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପିପିଲି ଉପନିର୍ବାଚନରେ ବିଜୟୀ ହେବାପରେ ରୁଦ୍ର ନିଜ ପରିବାର ସହିତ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ରୁଦ୍ରଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଏହି ଅବସରରେ ମନ୍ତ୍ରୀ ସମୀର ରଂଜନ ଦାଶ, ଦଳୀୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ଉମାକାନ୍ତ ସାମନ୍ତରାୟ , ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ,ଦେବୀ ରଂଜନ ତ୍ରିପାଠୀଙ୍କ ସମେତ ରୁଦ୍ରଙ୍କ ପତ୍ନୀ , ଜାଗୃତି , ଭଉଣୀ ପଲ୍ଲବୀ ଓ ମା ପ୍ରତିଭା ମହାରଥୀ ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ଯେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲିରେ ଅନୁଷ୍ଠିତ ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ର ମହାରଥୀ ବିପୁଳ ଭୋଟ୍ ରେ ବିଜୟୀ ହୋଇଥିଲେ ।
