ରାଜ୍ୟରେ ଆଉ ୬୦୬ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ରବିବାର ଆଉ ୬୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୧୮ରେ ପହଂଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୪୯ ଜଣ ଥିବାବେଳେ କଟକରୁ ୮୫, ବାଲେଶ୍ୱରରୁ ୩୪, ଜଗତସିଂହପୁରରୁ ୨୯, ମୟରଭଂଜ, ସମ୍ବଲପୁରରୁ ୧୯-୧୯, ଯାଜପୁରରୁ ୧୬, ପୁରୀରୁ ୧୩, କେନ୍ଦ୍ରାପଡ଼ାରୁ ୧୧, ଢେଙ୍କାନାଳ ଓ ରାୟଗଡ଼ାରୁ ୯-୯, ଅନୁଗୁଳରୁ ୮, ଭଦ୍ରକ, ଝାରସୁଗୁଡ଼ା, ନୟାଗଡ଼ରୁ ୭ ଜଣ ଲେଖାଏଁ, କେନ୍ଦୁଝରରୁ ୬, ସୁନ୍ଦରଗଡ଼ରୁ ୪, ଦେବଗଡ଼, ଗଂଜାମରୁ ୩-୩, ବରଗଡ଼, ବଲାଙ୍ଗୀର, କୋରାପୁଟରୁ ୨-୨, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁରରୁ ୧-୧ ଓ ରାଜ୍ୟପୁଲରୁ ୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
