ଅଭାବନୀୟ ଘଟଣା : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅଜଗର ମୃତ
ସମ୍ବଲପୁର : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରବିବାର ଏକ ଅଜଗରରେ ମୃତ୍ୟୁ ଘଟିଛି। ଏପରି ଏକ ଅଭାବନୀୟ ଘଟଣା ସମ୍ବଲପୁର ମହାନଗର ନିଗମ(ଏସ୍ଏମ୍ସି) ଅଧୀନ ସ୍ଵପ୍ନେଶ୍ଵର ନଗର ଅଞ୍ଚଳରେ ଦେଖିବାକୁ ମିଳିଛି ।
ସୂଚନା ଯେ, ଏକ ଗଛରୁ ଅଜଗରଟି ବିଦ୍ୟୁତ୍ ତାର ଉପରକୁ ଚାଲି ଯାଇଥିଲା। କିଛି ସମୟ ଗୋଟିଏ ତାରରେ ରହିଥିଲା। ପରେ ସେଠାରୁ ବାହାରକୁ ଆଶିବା ପାଇଁ ଚେଷ୍ଟା କରି ଅନ୍ୟ ତାର ଉପରକୁ ଚାଲି ଆସିଥିଲା। ଯାହା ଫଳରେ ତାର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଦେଖିବା ପରେ ବିଦ୍ୟୁତ୍ ବିଭାଗ ସହ ଯୋଗାଯୋଗ କରିଥିଲେ। ବିଦ୍ୟୁତ୍ ସରବରାହ ବନ୍ଦ କରି ଅଜଗରକୁ ସେଠାରୁ ତଳକୁ ଅଣାଯାଇଥିଲା। ସେତବେଳକୁ ତାର ମୃତ୍ୟୁ ଘଟି ସାରିଥିଲା।
