ବିଶ୍ୱରେ ଆଉ ୩,୪୯,୭୧୩ ସଂକ୍ରମିତ ଓ ୫,୬୮୨ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୫୩ଲକ୍ଷ ୯୪ହଜାର ୫୨୬ ଓ ମୃତ୍ୟୁ ସଂଖ୍ୟା ୪୮ଲକ୍ଷ ୧୦ହଜାର ୮୪୮କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୪୯ହଜାର ୭୧୩ ଜଣ ସଂକ୍ରମିତ ହୋଇଥିବା ବେଳେ ୫ହଜାର ୬୮୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୫୩ଲକ୍ଷ ୯୪ହଜାର ୫୨୬ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮ଲକ୍ଷ ୧୦ହଜାର ୮୪୮ ଜଣକୁ ବୃଦ୍ଧି ପାଇଛି । ସେହିପରି ୨୧କୋଟି ୨୨ଲକ୍ଷ ୩ହଜାର ୯୩୧ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧କୋଟି ୮୩ଲକ୍ଷ ୭୯ହଜାର ୭୪୭ଜଣ ଲୋକ ସକ୍ରିୟ ଅଛନ୍ତି ।
ସୂଚନା ଯେ, ବ୍ରାଜିଲରେ ୨କୋଟି ୧୪ ଲକ୍ଷ ୫୯ହଜାର ୧୧୭ ସଂକ୍ରମିତ ଓ ୫ଲକ୍ଷ ୯୭ ହଜାର ୭୪୯ମୃତ, ୟୁକେରେ ୭୮ ଲକ୍ଷ ୭୧ ହଜାର ୧୪ ସଂକ୍ରମିତ ଓ ୧ ଲକ୍ଷ ୩୬ ହଜାର ୯୧୦ ମୃତ, ଋଷିଆରେ ୭୫ ଲକ୍ଷ ୬୦ ହଜାର ୭୬୭ସଂକ୍ରମିତ ଓ ୨ଲକ୍ଷ ୯ ହଜାର ୨୮ ମୃତ, ତୁର୍କୀରେ ୭୨ ଲକ୍ଷ ୧୦ହଜାର ୯୧୬ ସଂକ୍ରମିତ ଓ ୬୪ ହଜାର ୪୬୭ ମୃତ, ଫ୍ରାନ୍ସରେ ୭୦ ଲକ୍ଷ ୨୩ ହଜାର ୩୧୫ ସଂକ୍ରମିତ ଓ ୧ ଲକ୍ଷ ୧୬ ହଜାର ୭୮୯ ମୃତ, ଇରାନରେ ୫୬ ଲକ୍ଷ ୧୧ ହଜାର ୭୦୦ ସଂକ୍ରମିତ ଓ ୧ ଲକ୍ଷ ୨୦ ହଜାର ୮୮୦ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୫୯ହଜାର ୩୫୨ ସଂକ୍ରମିତ ଓ ୧ ଲକ୍ଷ ୧୫ ହଜାର ୨୩୯ ମୃତ, ସ୍ପେନରେ ୪୯ ଲକ୍ଷ ୬୧ ହଜାର ୧୨୮ ସଂକ୍ରମିତ ଓ ୮୬ ହଜାର ୪୬୩ମୃତ, କଲୋମ୍ବିଆରେ ୪୯ ଲକ୍ଷ ୬୦ ହଜାର ୬୭ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୩୭୨ମୃତ ରହିଛନ୍ତି ।
