୨ଟି ନୂତନ ଥାନା ଉଦ୍ଘାଟନ ସହ ମାଓଦମନ ରଣନୀତି ପ୍ରସ୍ତୁତ କଲେ ପୋଲିସ ଡିଜି
ମାଲକାନଗିରି : ମାଲକାନଗିରି ଜିଲା ଗସ୍ତରେ ଓଡ଼ିଶା ପୋଲିସ ଡିଜି ଅଭୟ । ଏହି ଗସ୍ତ ସମୟରେ ପୂର୍ବରୁ ଲାଲଗଡ଼ କୁହାଯାଉଥିବା ବର୍ତମାନର ସ୍ବାଭିମାନ ଅଂଚଳର ଯୋଡାମ୍ବଠାରେ ଏକ ନୂତନ ଥାନା ଉଦ୍ଘାଟନ କରିବା ସହ କାଲିମେଳାଠାରେ ମଧ୍ୟ ଏକ ନୂତନ ଥାନାର ଉଦ୍ଘାଟନ କରିଛନ୍ତି ।
ଏହାପରେ ମାଲକାନଗିରି ଜିଲାରେ ପହଞ୍ଚି ଯବାନ ଓ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ମିଶି ରୁଦ୍ଧ ଦ୍ବାର ବୈଠକ କରିଥିଲେ । ଜିଲାରେ କିପରି ଭାବେ ମାଓ ଦମନ କରାଯିବ ସେ ନେଇ ଏହି ବୈଠକରେ ଆଲୋଚନା କରିଥିଲେ । ଜିଲା ରେ ପୂର୍ବାପେକ୍ଷା ବର୍ତମାନ ମାଓବାଦୀଙ୍କ ଦବଦବା କମିଛି ଏବଂ ଯେଉଁ କିଛି ମାଓବାଦୀ ଅଛନ୍ତି ସେମାନେ ଆତ୍ମସମର୍ପଣ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଯେଉଁ ମାଓବାଦୀମାନେ ଆତ୍ମ ସମର୍ପଣ କରିବେ ସରକାରଙ୍କ ଆତ୍ମ ସମର୍ପଣ ନିୟମ ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ ବୋଲି ଡିଜିପି କହିଛନ୍ତି।
