ଜାହାଜରେ ଡ୍ରଗ୍ସ ପାର୍ଟି : ଏନସିବିର ଚଢ଼ାଉ ଧରାପଡିଲେ ବଲିଉଡ୍ ଷ୍ଟାରକିଡ
ମୁମ୍ବାଇ : ମୁମ୍ବାଇରେ ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଚଢ଼ାଉ । ଶନିବାର ବିଳମ୍ୱିତ ରାତିରେ ମୁମ୍ବାଇ ମଝି ସମୁଦ୍ରରେ ଥିବା ଏକ କ୍ରୁଜ୍ରେ ରେଭ୍ ପାର୍ଟି ଚାଲିଥିବା ନେଇ ଚଢାଉ କରାଯାଇଥିଲା । ଜାତୀୟ ଏଜେନ୍ସିକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା ଏକ ଜାହାଜରେ ଡ୍ରଗ୍ସ ପାର୍ଟିର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏହି ତଥ୍ୟ ଆଧାରରେ ଏନସିବିର କିଛି ଅଧିକାରୀ ଯାତ୍ରୀ ହୋଇ ଜାହାଜରେ ପ୍ରବେଶ କରିଥିଲେ ଏବଂ ୭ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଏହି ଟିମ୍ ନିଜ ଅପରେଶନ ଜାରି ରଖିଥିଲେ । ଏହି ସମୟରେ କ୍ରୁଜ୍ ଜାହାଜରୁ ବହୁ ପରିମାଣର ବ୍ୟାନ୍ ହୋଇଥିବା ଗଞ୍ଜେଇ, କୋକେନ୍, ଏମ୍ଡି ଇତ୍ୟାଦି ଜବତ ହୋଇଛି ।
#WATCH | Narcotics Control Bureau (NCB) yesterday
— ANI (@ANI) October 2, 2021
detained at least 10 persons during a raid conducted at a party being held on a cruise in Mumbai
(Earlier visuals from outside NCB office) pic.twitter.com/c0OctLI1jk
ଘଟଣାରେ ଏନ୍ସିବି ୧୦ ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରେ ଜଣେ ବଲିଉଡ୍ ସୁପରଷ୍ଟାରଙ୍କ ପୁଅ ରହିଛନ୍ତି । ତାଙ୍କୁ ମଧ୍ୟ ଏନ୍ସିବି ଅଟକ ରଖିଛି । ରେଭ୍ ପାର୍ଟି ବେଳେ ସମ୍ପୃକ୍ତ ଷ୍ଟାର୍ଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ । ତାଙ୍କୁ ଏନସିବି ଜେରା କରିଥିବା ଜଣାପଡ଼ିଛି । ଘଟଣା ସହ ତାଙ୍କର କଣ ସମ୍ପୃକ୍ତି ରହିଛି ସେ ନେଇ ଖୋଳତାଡ଼ କରାଯାଉଛି । ସେହିପରି ମାମଲାରେ ଅନ୍ୟ ୯ ଜଣଙ୍କୁ ଅଟକ ରଖାଯାଇଛି । ଯେଉଁଥିରେ ଦୁଇ ଜଣ ଡ୍ରଗ୍ସ ପେଡଲର୍ ବି ଅଛନ୍ତି । ଏନେଇ ଏନ୍ସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ କହିଛନ୍ତି, ‘ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ। କିଛି ଜଣଙ୍କୁ ଅଟକ ରଖାଯାଇଛି ଓ ତଦନ୍ତ ଜାରି ରହିଛି। ଡ୍ରଗ୍ସ ଜବତ ହୋଇଛି। ୮-୧୦ ଜଣଙ୍କୁ ପଚରାଉଚରା କରାଯାଉଛି’। ମିଳିଥିବା ସୂଚନା ମୁତାବକ ଏହି ଜାହାଜ ମୁମ୍ବାଇରୁ ଗୋଆ ଯିବା ପାଇଁ ଯୋଜନା ଥିଲା । ସୂଚନାଥାଉ କି, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଥିଲା । ଏହାପର ଖୋଳତାଡ ଆରମ୍ଭ କରିଥିଲା ଏନସିବି ।
