ରବିବାର ଦିନ ଏହିସବୁ ଉପରେ ଦିଅନ୍ତୁ ଧ୍ୟାନ! ଦୂର ହେବ ସମସ୍ତ ଦୁଃଖ କଷ୍ଟ, ଜୀବନରେ ଭରି ଉଠିବ ଖୁସି
ଆଜି ରବିବାର । ରବିବାର ସୂର୍ଯ୍ୟ ଦେବତାଙ୍କର ଦିନ ଭାବେ ବିବେଚନା କରାଯାଏ। ଏହିଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ବିଶେଷ ଭାବରେ ପ୍ରସନ୍ନ କରାଯାଏ। କୁଣ୍ଡଳିରେ ସୂର୍ଯ୍ୟଙ୍କର ଦୁର୍ବଳ କିମ୍ବା ଅଶୁଭ ହେବାଦ୍ୱାରା , ରବିବାରରେ ଏହି ଉପାୟ ଗୁଡିକ ଗ୍ରହଣ କରି ସୂର୍ଯ୍ୟଙ୍କର ଶୁଭ ଫଳାଫଳ ମିଳିପାରିବ।
ସମସ୍ତେ ଜୀବନରେ ସୁଖ ଏବଂ ଶାନ୍ତି ଚାହାଁନ୍ତି, କିନ୍ତୁ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ହୁଏ ନାହିଁ। ଜୀବନରେ ସୁଖ ଏବଂ ଶାନ୍ତି ବଜାୟ ରଖିବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ଏପରି ସମୟରେ ଜୀବନ ବହୁତ କଷ୍ଟସାଧ୍ୟ ମନେହୁଏ। ଯଦି ଆପଣଙ୍କର ମଧ୍ୟ ଏହି ସମାନ ସମସ୍ୟା ଅଛି ତେବେ ଆପଣ ଏହି ସରଳ ଉପାୟ ଗୁଡିକ ଗ୍ରହଣ କରି ନିଜ ଜୀବନକୁ ଖୁସିମୟ କରିପାରିବେ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହର ନିଜସ୍ୱ ବିଶେଷତା ରହିଛି। ଶାସ୍ତ୍ରରେ ଏହା ବିଶେଷ ଭାବରେ ଉଲ୍ଲେଖନୀୟ ରହିଛି ଯେ କେଉଁ ଗ୍ରହ ମନୁଷ୍ୟକୁ କିପରି ଫଳ ଦେଇପାରିବେ। ତେଣୁ କେଉଁ ଦିନ କେଉଁ କାମ କରିବା ଉଚିତ ନୁହେଁ ତାହା ଆମେ ଜାଣିବା ଉଚିତ।
ଏହି କାମ ଗୁଡିକ କରନ୍ତୁ ନାହିଁ :-
ରବିବାର ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଲୁଣ ବ୍ୟବହାର କରନ୍ତୁ ନାହିଁ। ଏହାକୁ ଅଶୁଭ ରୂପେ ବିବେଚନା କରାଯାଏ।
ଏହି ଦିନ କୌଣସି ବ୍ୟକ୍ତି ମାଂସ ଏବଂ ମଦ୍ୟପାନ କରିବା ଉଚିତ ନୁହେଁ।
ରବିବାର ଦିନ କେଶ କାଟନ୍ତୁ ନାହିଁ , ସୋରିଷ ତେଲକୁ ମାଲିସ କରନ୍ତୁ ନାହିଁ ଓ କ୍ଷୀର ଜଳାଇବା ଭଳି କାମ କରନ୍ତୁ ନାହିଁ।
ଯଦି ଏହି ଦିନ ସମ୍ଭବ, ତମ୍ବାରେ ତିଆରି ଜିନିଷ କିଣିବା ଏବଂ ବିକ୍ରୟ କରିବାରୁ ଦୂରେଇ ରୁହନ୍ତୁ।
ନୀଳ, କଳା କିମ୍ବା ଧୂସର ରଙ୍ଗରୁ ଦୂରେଇ ରୁହନ୍ତୁ, ଆବଶ୍ୟକ ନଥିଲେ ଜୋତା ପିନ୍ଧନ୍ତୁ ନାହିଁ।
ଏହି କାମ ଗୁଡିକ କରନ୍ତୁ :-
ସକାଳେ ଉଠିବା ମାତ୍ରେ ସ୍ନାନ କରିବାର ଥିଲେ , ସୂର୍ଯ୍ୟ ଦର୍ଶନ କରି ସ୍ନାନ କରନ୍ତୁ
ଘରେ ନିୟମିତ ଝଗଡା ହେଉଥିଲେ ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ର ମନେ ମନେ ଜପ କରନ୍ତୁ।
ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ସମୟରେ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ।
ରବିବାର ଦିନ ବଜାରରୁ ୩ଟି ଝାଡୁ କିଣନ୍ତୁ ଏବଂ ପରଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଏହି ଝାଡୁ ଗୁଡିକୁ ଘର ନିକଟସ୍ଥ କୌଣସି ମନ୍ଦିରରେ ରଖି ଆସନ୍ତୁ। କେବଳ ମନେରଖନ୍ତୁ ଯେ ଏହା କରିବା ସମୟରେ ଆପଣଙ୍କୁ କେହି ଦେଖି ନ ପାରନ୍ତୁ।
ରବିବାର ରାତିରେ ଏକ ଗ୍ଲାସ କ୍ଷୀର ମୁଣ୍ଡ ପାଖରେ ରଖି ଶୋଇ ପଡନ୍ତୁ ଏବଂ ସେହି କ୍ଷୀରକୁ ତାପର ଦିନ ସକାଳେ ଆକାଶୀ ଗଛର ମୂଳରେ ଢାଳି ଦିଅନ୍ତୁ।
ଏହି ଦିନ ବାଉଁଶ ପତ୍ରରେ ଆପଣଙ୍କର ଇଚ୍ଛା ଲେଖି ଏହାକୁ ପ୍ରବାହିତ ଜଳରେ ପକାଇ ଦିଅନ୍ତୁ।
ରବିବାର ସନ୍ଧ୍ୟାରେ ଅଶ୍ୱତ୍ଥ ଗଛ ତଳେ ଚାରି ମୁଖ ଦୀପ ତିଆରି କରି ଜଳାନ୍ତୁ। ଏହାଦ୍ୱାରା ଖ୍ୟାତି, ଧନ ଏବଂ ସମୃଦ୍ଧତା ପ୍ରାପ୍ତି ହେବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।
