ଆଇପିଏଲ-୨୦୨୧: ଚେନ୍ନାଇ ବିପକ୍ଷରେ ଟସ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି
ଆବୁଧାବି : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣର ୪୭ତମ ମ୍ୟାଚ୍ରେ ଶନିବାର ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲ । ତେବେ ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ । ଏବେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଚେନ୍ନାଇ ।
ଏହି ମ୍ୟାଚ୍ ରାଜସ୍ଥାନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାହିଁକି ନାଁ ଏହି ମ୍ୟାଚରେ ପରାଜୟ ବରଣ କଲେ ଦଳର ପ୍ଲେ-ଅଫ୍ ଦୌଡ ସଂଘର୍ଷପୂର୍ଣ୍ଣ ହୋଇପାରେ । ତେବେ ସିଏସକେ କିନ୍ତୁ ଏବେ ସୁଦ୍ଧା ୧୮ ପଏଣ୍ଟ ସହ ପ୍ଲେ-ଅଫରେ ସ୍ଥାନ ପକ୍କା କରିସାରିଛି । ତେଣୁ ଧୋନି ବାହିନୀକୁ ଆଜି ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ କିଭଳି ଟକ୍କର ଦେଉଛି ତାହା ଦେଖିବାକୁ ବାକି ରହିଲା। ସୂଚନା ଯେ, ଦୁଇ ଦଳ ଏଯାବତ ୨୪ଟି ମ୍ୟାଚରେ ମୁହାଁମୁହିଁ ହୋଇସାରିଛନ୍ତି । ଏହା ଭିତରେ ଚେନ୍ନାଇ ୧୫ଟି ମ୍ୟାରେ ବିଜୟୀ ହୋଇଥିବାବେଳେ ରାଜସ୍ଥାନ ୯ଟି ମ୍ୟାଚରେ ବିଜୟୀ ହୋଇଛି । ତେଣୁ ଏହି ମ୍ୟାଚରେ ଚେନ୍ନାଇ ପଲ୍ଲା ଭାରି ରହିଛି । ହେଲେ ଚେନ୍ନାଇକୁ ମାତ୍ ଦେଇ ରାଜସ୍ଥାନ ଆଜି ପ୍ଲେ-ଅଫ୍ ଦୌଡରେ ରହିବାକୁ ଚେଷ୍ଟା କରିବ ।
