ପୂର୍ବାଞ୍ଚଳ ଏୟାର କମାଣ୍ଡର ଭାବେ ନିଯୁକ୍ତ ପାଇଲେ ଓଡିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକ, ଆସନ୍ତାକାଲି ଦାୟିତ୍ଵ ଗ୍ରହଣ କରିବେ
ନୂଆଦିଲ୍ଲୀ : ପୁଣି ଜଣେ ଓଡିଆ ପୁଅଙ୍କୁ ମିଳିଲା ବଡ ଦାୟିତ୍ଵ। । ପ୍ରଥମ ଓଡିଆ ଭାବେ ଏୟାର ମାର୍ଶାଲ ଦିଲୀପଙ୍କୁ ଏହି ଗୁରୁ ଦାୟିତ୍ଵ ମିଳିଛି। । ଏ ନେଇ ବାୟୁ ସେନା ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ଫାଇଟର ଜେଟ୍ ମିରାଜର ପାଇଲଟ୍ ଭାବେ ଦିଲୀପଙ୍କ ଦକ୍ଷତା ରହିଛି। କାରଗିଲ୍ ଯୁଦ୍ଧରେ ଅପୂର୍ବ ସାହସିକତା ପାଇଁ ସେ ବାୟୁସେନା ମେଡାଲ ପାଇଥିଲେ। ୨୦୨୦ରେ ଦିଲୀପଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ମିଳିଥିଲା। କେବଳ ଏତିକି ନୁହେଁ ଏୟାର ମାର୍ଶାଲ ଦିଲୀପଙ୍କ ୨୫୦୦ ଘଣ୍ଟାର ଉଡାଣ ଦକ୍ଷତା ରହିଛି। ତାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବାୟୁସେନା ପକ୍ଷରୁ ଏବେ ତାଙ୍କୁ ପୂର୍ବାଞ୍ଚଳ ଏୟାର କମାଣ୍ଡର ଭାବେ ନିଯୁକ୍ତ ଦିଆଯାଇଛି। ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ସିଲଙ୍ଗରେ ନିଯୁକ୍ତ ଦିଆଯାଇଛି। ବର୍ତ୍ତମାନ ସେ ସେଣ୍ଟ୍ରାଲ ଏୟାର କମାଣ୍ଡରରେ ସିନିୟର ଏୟାର ଷ୍ଟାଫ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ଦିଲୀପ ବାୟୁସେନା ମୁଖ୍ୟାଳୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି। ହେଡକ୍ଵାର୍ଟର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡରେ ଅପରେସନାଲ କମାଣ୍ଡାସାସ୍ ଭାବେ ମଧ୍ୟ କାମ କରିଛନ୍ତି।
