ମୌସୁମୀ ସକ୍ରିୟ : ୯ ଜିଲାରେ ବର୍ଷା ଓ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି
Asphalt road.
ଭୁବନେଶ୍ୱର : ରାଜ୍ୟରେ ଯୋଗୁଁ ବିଭିନ୍ନ ଜିଲ୍ଲାରେ ଅଳ୍ପ ବହୁତ ବର୍ଷା ଜାରି ରହିବ। ବିଶେଷ କରି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସମ୍ଭାବନାର ପୂର୍ବାନୁମାନ କରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଜିଲାଗୁଡ଼ିକ ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଆଦି ରହିଛି। ଫଳରେ ଏହି ଜିଲାଗୁଡ଼ିକୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ସେହିପରି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୩ ଓ ୪ ଅକ୍ଟୋବର ଆଡ଼କୁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୫ ଅକ୍ଟୋବର ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ପରିମାଣ କମିବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ୬ ଅକ୍ଟୋବର ଆଡ଼କୁ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏଥିସହ ଅକ୍ଟୋବର ୨୦ ସୁଦ୍ଧା ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ତଥା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ । ସେହିପରି ସାଧାରଣ ଭାବେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ଫେରିଯିବାର ୪୫ ଦିନ ପରେ ଓଡ଼ିଶାରୁ ମୌସୁମୀ ବିଦାୟ ନେଇଥାଏ । ଏଣୁ ଆହୁରି ଦେଢ଼ ମାସ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ସକ୍ରିୟ ରହିବାର ସମ୍ଭାବନା ରହିଛି । ଅର୍ଥାତ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହେଲେ ବି ତ୍ୱରିତ ବେଗରେ ଏହି ପ୍ରକ୍ରିୟା ଶେଷ ହୋଇପାରେ ଏବଂ ଆଉ ୪୫ ଦିନ ସମୟ ନ ନେଇ ୧୫ ଦିନ ଭିତରେ ବି ମୌସୁମୀ ଓଡ଼ିଶା ଛାଡ଼ିପାରେ ବୋଲି ଉମାଶଙ୍କର ଦାସ କହିଛନ୍ତି ।
