ସଦର ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
- ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ
ବାଲେଶ୍ୱର : ଆଜି ହେଉଛି ଜାତିର ଜନକ ତଥା ଶାନ୍ତି ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀ ଓ ଭାରତର ପ୍ରଥମ ଲୋକପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଲାଲ ବାହାଦୂର ଶାସ୍ତ୍ରୀ ଜନ୍ମ ଜୟନ୍ତୀ । ଏହି ଅବସରରେ ବାଲେଶ୍ୱର ସଦର ବିଜେପି ପକ୍ଷରୁ ଦୁଇ ମହାପୁରୁଷଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଇଅଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜି ବି ଶାସ୍ୱତ ଓ ପ୍ରାସଙ୍ଗିକ ହୋଇଛି । ପୂଜ୍ୟ ବାପୁଙ୍କ ଜୀବନ ମୂଲ୍ୟବୋଧ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ହୋଇ ରହିବ । ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବାଲେଶ୍ୱର ସହରର ଶାନ୍ତିକାନନ ନିକଟରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବହୁ କାର୍ଯ୍ୟକର୍ତ୍ତା ସେବା ଓ ସମର୍ପଣ ଅଭିଯାନ ଅନ୍ତର୍ଗତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନିର୍ଦ୍ଦେଶକ୍ରମେ ପୂଜ୍ୟ ବାପୁଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାଥିରେ ନେଇ ଆଗକୁ ବଢିବା ସହ ନିଜକୁ ସ୍ୱଚ୍ଛତାର ଗଣପର୍ବରେ ସାମିଲ କରିବା ପାଇଁ ସମସ୍ତଙ୍କୁ ଶ୍ରୀ ଦତ୍ତ ଆହ୍ୱାନ କରିଛନ୍ତି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସବୁଜ ଭାରତ ଗଢି ତୋଳିବାର ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ସଦର ବିଜେପି ପକ୍ଷରୁ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା । ଶାନ୍ତକାନନ ଠାରେ ଓଡିଆ ଭାଷାର ପ୍ରାଣ ପ୍ରତିଷ୍ଠାତା ତଥା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ତତ୍ ପରେ ସିନେମା ଛକ ସ୍ଥିତ ଶହୀଦ ପାର୍କ ଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କର ସ୍ମୃତିଗାନ କରିଥିଲେ । ସଦର କାର୍ଯ୍ୟାଳୟ ଠାରେ ସଦର ନେତା ମାନସ କୁମାର ଦତ୍ତଙ୍କ ଅଧ୍ୟକ୍ଷତାରେ ଦୁଇ ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ବରିଷ୍ଠ ନେତୃବୃନ୍ଦମାନେ ସେମାନଙ୍କ ଗୁଣଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ବିଭୁପଦ ଦାସ, ମାଧବାନନ୍ଦ ସାହୁ, ବିଜୟ ପାଣିଗ୍ରାହୀ, ଦୁକୁଲ ଘୋଡେଇ, ଅନନ୍ତ ନାୟକ, ଲୋକନାଥ ଭୂୟାଁ, କାର୍ତ୍ତିକ ରାଉତ, ଲକ୍ଷ୍ମୀଧର ବେହେରା, ଅରୁପ ଜେନା, ମଧୁଶ୍ରୀ ମିଶ୍ର, ସୁଶ୍ମିତା ଶୁକ୍ଳା, ଅନିତା ଦାସ, ସସ୍ମିତା ଚାନ୍ଦ, ସ୍ୱର୍ଣ୍ଣପ୍ରିୟା ନାଥ, ମିନତୀ ଜେନା, ରୁହିଆ ମୁର୍ମୁ, ସର୍ବେଶ୍ୱର ପାତ୍ର, କଟିଆ ସାହୁ, ଜୀବନ ପାତ୍ର, ମନ୍ମୟ ଦାସ, ସଞ୍ଜୀବ ପ୍ରଧାନ, ଅରୂପ ଜେନା, ତପନ ବେହେରା, ପବନ କମିଳା, ଦୁର୍ଗାପ୍ରସନ୍ନ ବେହେରା, ଜଳେନ୍ଦ୍ର ସେଠୀ, ପବନ ସିଂହ, ଦିଲ୍ଲୀପ ଦାସ, ଶକ୍ତି ପାଣିଗ୍ରାହୀ, ବବଲୁ ମିଶ୍ର, ବିଜୟ ସେଠୀ, ଜିତେନ୍ଦ୍ର ଷଡଙ୍ଗୀ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


