ଟ୍ରକରେ ଚାଲାଣ ବେଳେ ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
ବ୍ରହ୍ମପୁର : ଗଞ୍ଜାମ ଜିଲାର ଜାତୀୟ ରାଜପଥ-୫୯ର ଖୋଡ଼ାସିଙ୍ଗି ଠାରେ ଟ୍ରକରେ ଚାଲାଣ ବେଳେ ୫ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବାର ଖବର ମିଳିଛି। ଜବତ କରାଯାଇଥିବା ଗଞ୍ଜେଇର ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସୂଚନା ଯେ, ଏକ ଟ୍ରକ୍ (ନଂ. ଏମଏଚ୍୧୮ବିଜି-୨୩୪୨)ରେ ଦୁଇଜଣ ଲୋକ ପଟ୍ଟାପୁର ଥାନା ଅନ୍ତର୍ଗତ କୃଷ୍ଣପୁର ଠାରୁ ନାଗପୁର (ମହାରାଷ୍ଟ୍ର)କୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି। ଦୁଇ ଅଭିଯୁକ୍ତ ହେଲେ ମାଙ୍ଗିଲାଲ ଭିଲ୍ (୨୬) ଏବଂ ମାଙ୍ଗିଲାଲ ଗୋରନା (୨୪)। ଉଭୟଙ୍କ ଘର ରାଜସ୍ଥାନରେ ବୋଲି ଜଣାଯାଇଛି।
