ୟୁଜିସି ପାଠ୍ୟକ୍ରମରେ ସନ୍ଥକବି ଭୀମ ଭୋଇ : କେନ୍ଦ୍ର ଶିକ୍ଷାମନ୍ତ୍ରୀ
ସମ୍ୱଲପୁର : ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନି । ଭୀମ ଭୋଇଙ୍କ ଉପରେ ଗବେଷଣା କରିବେ ଉଚ୍ଚତର ଫିଲୋସଫର । ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ପ୍ରତିଷ୍ଠା ହେବ ସନ୍ଥ କବି ଭୀମ ଭୋଇ ଚେୟାର । ଏନେଇ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଭୀମ ଭୋଇଙ୍କ ଜୀବନୀ ଉପରେ ଗବେଷଣା ପାଇଁ ଉଦ୍ୟମ କରାଯିବ ବୋଲି ରେଢାଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଶିକ୍ଷାମନ୍ତ୍ରୀ।
ଆଜି ୧୫୨ତମ ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢାଖୋଲ ଠାରେ ଏକ ପଦଯାତ୍ରାରେ ଯୋଗଦେଇ ଥିଲେ । ଏହି ଅବସରରେ ସେ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଛନ୍ତି। ଏହାସହ ଶିକ୍ଷାମନ୍ତ୍ରୀ ହେବା ପରେ କେନ୍ଦ୍ରମନ୍ତ୍ରୀଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ବିଜେପି କର୍ମୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।
